ଓଡିଶା

odisha

ETV Bharat / bharat

ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ୍ - Kejriwal given insulin - KEJRIWAL GIVEN INSULIN

Arvind Kejriwal given insulin: ସୁଗାର ଲେବର ୩୨୦ ବଢିବା ପରେ ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ । ଅଧିକ ପଢନ୍ତୁ

ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ
ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ

By ETV Bharat Odisha Team

Published : Apr 23, 2024, 10:47 AM IST

ନୂଆଦିଲ୍ଲୀ:ତିହାର ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ । ଟାଇପ-୨ ମଧୁମେହ ରୋଗରେ ପୀଡିତ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦କୁ ବଢିବା ପରେ ଜେଲ ଭିତରେ ତାଙ୍କୁ ଇନସୁଲିନ ଦିଆଯାଇଛି । ଏନେଇ ତିହାର ଜେଲ ପ୍ରଶାସନ କୌଣସି ସୂଚନା ଦେଇନଥିବା ବେଳେ ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ତାଙ୍କୁ ପ୍ରଥମ ଥର ଇନସୁଲିନ ଦିଆଯାଇଛି ।

ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶର୍କରା ସ୍ତର ବା ସୁଗାର ଲେବଲକୁ ନେଇ ଗତ କିଛି ଦିନ ହେଲା ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଥିଲା । କେଜ୍ରିୱାଲଙ୍କୁ ଇନସୁଲିନ ଦିଆନଯାଇ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ତାଙ୍କର ପତ୍ନୀ ଅଭିଯୋଗ କରିଥିଲେ । ଏହାରି ମଧ୍ୟରେ ଆପ୍ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇନସୁଲିନରେ ଖୁବ୍ ଆବଶ୍ୟକତା ଥିବାବେଳେ ଶେଷରେ ତାଙ୍କୁ ମିଳିଛି । ଯଦିଓ ଜେଲ୍ ପ୍ରଶାସନ ଏନେଇ କୌଣସି ସ୍ପଷ୍ଟ କରିନି କିନ୍ତୁ ଜେଲ୍ ସୂତ୍ରରୁ ସୂଚନା ମିଳିଛି । ଜଣାପଡିଛି ଯେ, କେଜ୍ରିୱାଲଙ୍କ ଶର୍କରା ସ୍ତରେ ୩୨୦ରେ ପହଞ୍ଚି ଯାଇଥିଲା । ଗତକାଲି ରାତିରେ ନା ଆଜି ସକାଳେ ଇନସୁଲିନ ଦିଆଯାଇଛି ସେନେଇ ମଧ୍ୟ କିଛି ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ‘ମୋଦି ସରକାର ମୋ ସ୍ବାମୀଙ୍କୁ ଜେଲରେ ମାରି ଦେବେ’ - Sunita Kejriwal Attacks Modi Govt

କେଜ୍ରିୱାଲଙ୍କୁ ଇନସୁଲିନ ଦାବିରେ ଦିଲ୍ଲୀ ମନ୍ତ୍ରୀ ଏବଂ ଆପ୍ କାର୍ଯ୍ୟକର୍ତ୍ତା ତିହାର ଜେଲ ବାହାରେ ହାତରେ ଇନସୁଲିନ ଧରି ପ୍ରତିବାଦ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଶର୍କରା ସ୍ତର ବଢୁଥିବାରୁ ଯଥାଶୀଘ୍ର ତାଙ୍କୁ ଇନସୁଲିନ ଦିଆଯିବା ଦରକାର । ବିଗତ ଅନେକ ବର୍ଷ ହେଲେ ସେ ଇନସୁଲିନ ନେଉଥିବା ଆପ୍ କହିଥିଲା । ପରେ ଏହି ମାମଲା ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲା । କିନ୍ତୁ କୋର୍ଟ କେଜ୍ରିୱାଲଙ୍କ ଇନସୁଲିନ ଦାବି ସମ୍ପର୍କିତ ଆବେଦନକୁ ସୋମବାର ଖାରଜ କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details