ଓଡିଶା

odisha

ETV Bharat / bharat

ହିମାଚଳରେ ନାଟକୀୟ ଢଙ୍ଗରେ ହାରିଥିଲେ, ଏଥର ତେଲେଙ୍ଗାନାରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଭିଷେକ ମନୁ ସିଂଘବୀ - Abhishek Manu Singhvi nomination

ABHISHEK MANU SINGHVI NOMINATION: ତେଲେଙ୍ଗାନାରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ । ଗତଥର ହିମାଚଳରୁ କ୍ରସଭୋଟିଂ କାରଣରୁ ନାଟକୀୟ ଭାବେ ହୋଇଥିଲେ ପରାଜିତ । ଅଧିକ ପଢନ୍ତୁ

ହିମାଚଳରେ ନାଟକୀୟ ଭାବେ ହାରିଥିଲେ, ଏଥର ତେଲେଙ୍ଗାନାରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଭିଷେକ ମନୁ ସିଂଘବୀ
ହିମାଚଳରେ ନାଟକୀୟ ଭାବେ ହାରିଥିଲେ, ଏଥର ତେଲେଙ୍ଗାନାରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଭିଷେକ ମନୁ ସିଂଘବୀ (ETV Bharat Odisha)

By ETV Bharat Odisha Team

Published : Aug 19, 2024, 1:29 PM IST

ହାଇଦ୍ରାବାଦ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଅଭିଷେକ ମନୁ ସିଂଘବୀ ଆଜି ରାଜ୍ୟସଭା ଉପନିର୍ବାଚନ ପାଇଁ ତେଲେଙ୍ଗନାରୁ ନାମାଙ୍କନ ଦାଖଲ କରିଛନ୍ତି । ଆଜି ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ରାଜ୍ୟର ଏକାଧିକ ମନ୍ତ୍ରୀ, ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବଙ୍କ ଗହଣରେ ବିଧାନସଭାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ରାତିରେ ଅଭିଷେକଙ୍କୁ ତେଲେଙ୍ଗାନାରୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ କଂଗ୍ରେସ ମିଟିଂରେ ନିଷ୍ପତ୍ତି ଚୂଡାନ୍ତ ହୋଇଥିଲା । ରାଜ୍ୟର ଗୋଟିଏ ଆସନରେ ଏହି ନିର୍ବାଚନ ହେଉଛି ।

  • ହିମାଚଳରେ କ୍ରସ ଭୋଟିଂ କାରଣରୁ ହାରିଥିଲେ :

ଫେବୃଆରୀରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅଭିଷେକ ହିମାଚଳରୁ ନିର୍ବାଚନ ଲଢିଥିଲେ । ସେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିରୋଧରେ ଲଢିଥିଲେ । ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁଙ୍କୁ ପରାଜୟ ହେବାକୁ ପଡିଥିଲା । 6ଜଣ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ହିମାଚଳ ବିଧାସଭା ବାଚସ୍ପତି କୁଳଦୀପ ପଠାନିଆ କ୍ରସ ଭୋଟିଂ କରିଥିବା 6 ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ସହିତ ସଦସ୍ୟ ପଦ ରଦ୍ଦ କରିଥିଲେ । ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ।

  • କେଉଁ ରାଜ୍ୟର କେତେ ଆସନରେ ହେଉଛି ନିର୍ବାଚନ:-

ସେପ୍ଟେମ୍ବର 3 ତାରିଖରେ ହେବାକୁ ଥିବା 9 ରାଜ୍ୟର 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । 21 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ଅଗଷ୍ଟ 27 ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ନିର୍ବାଚନ ହେବାକୁ ଯାଉଥିବା ଏହି ଆସନ ମଧ୍ୟରେ ଓଡିଶାର ଗୋଟିଏ ଆସନ ରହିଛି । ରାଜ୍ୟସଭା ସାଂସଦ ପଦରୁ ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତଙ୍କର ଇସ୍ତଫା ପରେ ଖାଲି ପଡିଥିବା ଗୋଟିଏ ଆସନରେ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ ।

  • ଏହି ରାଜ୍ୟରୁ ଏତିକି:-

ଏହି ତାଲିକାରେ ଆସାମ, ମହାରାଷ୍ଟ୍ର ଓ ବିହାରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ଓଡିଶା, ତେଲେଙ୍ଗାନା, ତ୍ରିପୁରା ,ରାଜସ୍ଥାନ, ତେଲେଙ୍ଗାନା, ହରିୟାଣ ଓ ରାଜସ୍ଥାନର ଗୋଟିଏ ଲେଖାଏଁ ଆସନ ରହିଛି । ଏହି 12 ଆସନ ମଧ୍ୟରୁ 10ଟି ଆସନରେ ସଦସ୍ୟ ଥିବା ସାଂସଦମାନେ ସାଧାରଣ ନିର୍ବାଚନ ଲଢି ନିମ୍ନସଦନ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି । ଓଡିଶା ଓ ତେଲେଙ୍ଗାନାର ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details