ହାଇଦ୍ରାବାଦ: କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା 4 ଶିଶୁଙ୍କ ଜୀବନ । ଗୁଜୁରାଟର ଆମରେଲିରେ ଏଭଳି ଦୁଃଖଦ ଘଟଣା ସାମନାକୁ ଆସିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଅନୁସାରେ, ଗୁଜୁରାଟର ଆମରେଲି ସ୍ଥିତ ରାନ୍ଧିୟା ଗାଁରେ ଗତ ଶନିବାର ଏହି ଦୁଃଖଦ ଘଟଣା ଘଟିଯାଇଛି । ବନ୍ଦ କାର୍ ଭିତରେ ରହି ଅଣନିଶ୍ବାସୀ ହୋଇପଡ଼ିବାରୁ 4 ଶିଶୁ ପ୍ରାଣ ହରାଇଛନ୍ତି । ସେମାନଙ୍କ ଘର ମଧ୍ୟପ୍ରଦେଶର ଧର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ପିତାମାତା ଧରରୁ ଆସି ଗୁଜୁରାଟରେ ରହୁଥିଲେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡେପୁଟୀ ସୁପରିଟେଣ୍ଡେଣ୍ଟ ଚିରାଗ ଦେଶାଇ । କିଭଳି ଓ କେଉଁ ପରିସ୍ଥିତିରେ ସେମାନେ ଗାଡି ଭିତରେ ବନ୍ଦ ହୋଇ ରହିଥିଲେ ସେନେଇ ପୋଲିସ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛି । ସେପଟେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।
ଏହା ବି ପଢନ୍ତୁ...ଆମ୍ୱ ଟାକୁଆ ଟ୍ରାଜେଡି: ଏସସିବିକୁ 2 ସ୍ଥାନାନ୍ତର, ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି'
ଏହା ବି ପଢନ୍ତୁ...ବୋରୱେଲ ଟ୍ରାଜେଡି: 60 ଫୁଟ ତଳେ 6 ବର୍ଷ ଶିଶୁର ଜୀବନ - CHILD FELL INTO BOREWELL
ସେ ଆହୁରି କହିଛନ୍ତି, ସେମାନଙ୍କ ପିତାମାତା ଏକ ଫାର୍ମରେ କାମ କରୁଥିଲେ । ସକାଳ ପ୍ରାୟ 7ଟା 30ରୁ ସେ କାମକୁ ଚାଲିଯାଆନ୍ତି । 7 ଜଣ ପୁଅଝିଅଙ୍କୁ ଘରେ ଛାଡି ସେମାନେ କାମକୁ ଯାଇଥାନ୍ତି । ସବୁଦିନ ପରି ଗତ ଶନିବାର ମଧ୍ୟ ସେମାନେ କାମକୁ ଯାଇଥିଲେ । ଆଉ ସେହି ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି । କାର୍ ଭିତରେ ପିଲାମାନଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଗାଡିମାଲିକ। ଆଉ କାମରୁ ଫେରିବା ପରେ ଏପରି ଘଟଣା ଘଟିଥିବା ଜାଣିବାକୁ ପାଇଥିଲେ ମୃତ ଶିଶୁଙ୍କ ବାପା ମାଆ । ଶ୍ବାସରୁଦ୍ଧ ହୋଇ ସେମାନଙ୍କର ଜୀବନ ଯାଇଛି । ଏନେଇ ଆମରେଲି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଗୁଜୁରାଟର ଆମରେଲି ସ୍ଥିତ ରାନ୍ଧିୟା ଗାଁରେ ଏକାସାଙ୍ଗରେ ଚାରି ଚାରିଟି ଶିଶୁଙ୍କ ଜୀବନ ଯିବା ପରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 4 ସନ୍ତାନଙ୍କୁ ହରାଇ ସେମାନଙ୍କ ବାପା ମାଆ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଏହା ବି ପଢନ୍ତୁ...ଫେଲ୍ ମାରିଲା 12 ଘଣ୍ଟାର ପରିଶ୍ରମ, ଜୀବନ ଯୁଦ୍ଧରେ ହାରିଗଲେ ବୋରୱେଲରେ ଖସି ପଡିଥିବା ଯୁବକ
ଏହା ବି ପଢନ୍ତୁ...ଜିତିଲା ଜୀବନ, ବୋରୱେଲ ଭିତରୁ ଅଢେଇ ବର୍ଷର ଶିଶୁକନ୍ୟା ଉଦ୍ଧାର