ETV Bharat / bharat

୩୦୦ ଫୁଟ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୩୦ ମୃତ, ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ - UTTARAKHAND BUS FALLS INTO GORGE

ଉତ୍ତରାଖଣ୍ଡ ଅଲମୋଡ଼ା ଜିଲ୍ଲା ସଲ୍ଟ ଅଞ୍ଚଳରେ ଭାରସାମ୍ୟ ହରାଇ ୧୦୦ ମିଟର ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌ । ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, 20 ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣା; ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, 20 ମୃତ (ETV BHARAT ODISHA)
author img

By ETV Bharat Odisha Team

Published : Nov 4, 2024, 11:15 AM IST

Updated : Nov 4, 2024, 12:25 PM IST

ଡୋରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌ । ଫଳରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିଲା ସୂଚନା ମିଳିଛି । ଉତ୍ତରାଖଣ୍ଡର ଆଲମୋଡ଼ା ସ୍ଥିତ ସଲ୍ଟ ଅନ୍ତର୍ଗତ କୁପି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମୀ ଦୁଃଖ ପ୍ରକାଶ କରିଛନ୍ତି ।

  • ଭାରସାମ୍ୟ ହରାଇଥିବା ସନ୍ଦେହ !

ଆଜି (ସୋମବାର) ସକାଳେ ଏହି ଅଘଟଣ ଘଟିଛି । ଗୋଲିଖାଲରୁ ରାମନଗର ଅଭିମୁଖେ ବାହାରିଥିବା ଏକ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତାକଡ ୧୦୦ ମିଟର ବା ୩୦୦ ଫୁଚ ଗଭୀର ଖାଇକୁ ଖସି ପଡିଥିଲା । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କେତେକ ଗୁରୁତର ଥିବା ବେଳେ ଏବେ ସୁଦ୍ଧା 20ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

BUS FALLS INTO GORGE (ETV BHARAT ODISHA)
  • 30ରୁ ଅଧିକ ମୃତ, ବଢିପାରେ ସଂଖ୍ୟା !

ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ବିନିତ ପାଲ କହିଛନ୍ତି, ଖଭୀର ଖାଇକୁ ବସ ଖସିବା ପରେ 20 ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆଗକୁ ମଧ୍ୟ ବଢିପାରେ । ବସଟି ଯାତ୍ରୀଙ୍କୁ ନେଇ ଗୋଲିଖାଲରୁ ରାମନଗରକୁ ଫେରୁଥିଲା । ଆଜି ସକାଳ ପ୍ରାୟ ସାଢେ 8ଟା ସମୟରେ ବସଟି କୁପି ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଗଭୀର ଖାଇକୁ ଖସି ପଡିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ନିକଟସ୍ଥ ଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଖାଇରୁ ଉଦ୍ଧାର କରାଯାଉଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-କୀର୍ତ୍ତନ ସାରି ଫେରୁଥିଲେ, କୁହୁଡିରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ, ୭ ମୃତ

ଏହା ମଧ୍ୟ ପଢନ୍ତୁ-ବସ-ପିକଅପକୁ ଧକ୍କା ଦେଇ 20 ଫୁଟ ତଳକୁ ଖସିଲା ବସ, 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

  • ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ , ଚିହ୍ନଟ ପ୍ରକ୍ରିୟା ଜାରି:-

ତେବେ ଦୁର୍ଘଟଣାଗସ୍ତ ହୋଇଥିବା ବସ୍‌ଟି ଯାତ୍ରୀବାହୀ ବସ୍‌ ନା ଟୁରିଷ୍ଟ ବସ୍‌ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେହିପରି ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେମାନଙ୍କ ମଧ୍ୟରେ ଏକାଧିକ ଶିଶୁ ରହିଥିବା କୁହାଯାଉଛି । 40ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀ ମୃତାହତଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ।

  • ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ:

ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି,'' ଆଲମୋରା ଜିଲ୍ଲାର ମାର୍ଚ୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ସୂଚନା ପାଇବା ପରେ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ‘SDRF’ ଟିମ୍ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଆବଶ୍ୟକ ସ୍ଥଳେ ଗୁରୁତର ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯିବାକୁ ମଧ୍ୟ କୁହାଯାଇଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 4, 2024, 12:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.