ଓଡିଶା

odisha

ETV Bharat / bharat

କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆପର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି - AAP GHEARO PM HOUSE - AAP GHEARO PM HOUSE

AAP Protest Against Kejriwal Arrest : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆପର ବିକ୍ଷୋଭ ପ୍ରଦର୍ଶନ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ କର୍ମୀ ଓ ନେତାଙ୍କୁ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ

AAP Protest against Kejriwal arrest
AAP Protest against Kejriwal arrest

By ETV Bharat Odisha Team

Published : Mar 26, 2024, 9:59 AM IST

Updated : Mar 26, 2024, 1:48 PM IST

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଆଜି (ମଙ୍ଗଳବାର) ଆପ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଘେରାଉ କରିବାକୁ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ତାଙ୍କୁ ସେମାନଙ୍କୁ ଉଠାଇ ନେଇଛି । ଆପର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ, ମିଥ୍ୟା ଅଭିଯୋଗରେ ଗିରଫ ନେଇ ବର୍ଷିଲା ଜିଲ୍ଲା ଆପ୍‌ - Arvind Kejriwal Arrest Issue

ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି ଆମ ଆଦମୀ ପାର୍ଟି । ଦିଲ୍ଲୀର ପଟେଲ ଚୌକ ମେଟ୍ରୋ ଷ୍ଟେସନ ବାହାରେ ଆପ କର୍ମକର୍ତ୍ତା ଓ ନେତାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଆବାସ ଆଡକୁ ଅଗ୍ରସର ହୋଇଛନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ ମେଟ୍ରୋ ଷ୍ଟେସନ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ବିକ୍ଷୋଭକାରୀମାନଙ୍କୁ ପୋଲିସ ହେପାଜତରେ ନେଇ ଅଟକ ରଖିଛି । ବିକ୍ଷୋଭ ବେଳେ ପଞ୍ଜାବ ମନ୍ତ୍ରୀ ତଥା ଆପ ନେତା ହରଜୋତ ସିଂହଙ୍କୁ ପୋଲିସ ଉଠାଇ ନେଇଛି । ଶତାଧିକ ନେତା ଓ କର୍ମୀମାନଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ଅଟକ ରଖିଛି । ସୁରକ୍ଷା ଦୃଷ୍ଟିରୁ ଲୋକ କଲ୍ୟାଣ ମାର୍ଗ ମେଟ୍ରୋ ଷ୍ଟେସନ, ପଟେଲ ଚୌକ ମେଟ୍ରୋ ଷ୍ଟେସନ, କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ ଗେଟ ଗୁଡିକୁ ବନ୍ଦ କରି ଦିଆଯାଇଛି ।

ଅନ୍ୟପଟେ ବିଜେପି ମଧ୍ୟ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ଇସ୍ତଫା ଦାବିରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଜେଲରୁ କାମ କରିବାକୁ ବିଜେପି ନିନ୍ଦା କରିବା ସହ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି ।

ଏହାମଧ୍ୟ ପଢନ୍ତୁ..ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନି ଅରବିନ୍ଦ, ଆପ କରିବ ‘ମୁଁ ବି କେଜ୍ରିୱାଲ’ କ୍ୟାମ୍ପେନ - Main Bhi Kejriwal Campaign

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ 21 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରିଥିଲା ଇଡି । କେଜ୍ରିୱାଲ ତାଙ୍କ ଗିରଫଦାରୀ ଓ ରିମାଣ୍ଡ ନିର୍ଦ୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ । କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଥିଲେ । ସେବେଠାରୁ ଇଡି ହେପାଜତରେ ଅଛନ୍ତି କେଜ୍ରିଓ୍ୱାଲ । ଜେଲରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପଟେ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ନେଇ ଆପ କର୍ମକର୍ତ୍ତାମାନେ ବିରୋଧ କରିଛନ୍ତି । ମିଥ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରିଯାଇଥିବା କହିବା ସହ ଆପ କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି । ଇଣ୍ଡିଆ ମେଣ୍ଟ ମଧ୍ୟ କେଜ୍ରିଓ୍ୱାଲଙ୍କ ଗିରଫଦାରୀକୁ ବିରୋଧ କରିଛି । ମାର୍ଚ୍ଚ 31 ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଆପ ମହାରାଲି କରିବା ନେଇ ଘୋଷଣା କରିଛି । ଯେଉଁଥିରେ ଆପ ସମେତ ତତାମ ବିରୋଧି ଦଳ ମଧ୍ୟ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 26, 2024, 1:48 PM IST

ABOUT THE AUTHOR

...view details