ନୂଆଦିଲ୍ଲୀ:ଆଜି(ସୋମବାର) ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିବେ ନାହିଁ AAP ନେତା ସଞ୍ଜୟ ସିଂ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ସାଂସଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଅନୁମତି ଦେଇ ନାହାନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଏହି ମାମଲା ବର୍ତ୍ତମାନ ବିଶେଷାଧିକାର କମିଟି ନିକଟରେ ରହିଛି ।
ପ୍ରକାଶଥାଉକି, ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଆଶିଂକ ଆଶ୍ବସ୍ତି ପ୍ରଦାନ କରାଯାଇଥିଲା । ଜେଲରୁ ଆସି ରାଜ୍ୟସଭା ସାସଂଦ ଭାବେ ଶପଥ ଗ୍ରହଣ କରିବା ପାଇଁ ଅନୁମତି ଦେଇଥିଲେ କୋର୍ଟ । ତେବେ ସୋମବାର ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ, ସଞ୍ଜୟ ସିଂଙ୍କୁ ସାଂସଦ ଭାବରେ ଶପଥ ନେବାକୁ ଅନୁମତି ଦେଲେନାହିଁ ।
ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ବଢିଲା ସଞ୍ଜୟ ସିଂ-ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି
ଫେବୃଆରୀ 1 ତାରିଖରେ ସଞ୍ଜୟ ସିଂ ଅନ୍ତରୀଣ ଜାମିନ ଆବେଦନ ପାଇଁ କୋର୍ଟରେ ହାଜର ହୋଇଥିଲେ । ଆଜି ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି 7 ଦିନର ଅନ୍ତରୀଣ ଜାମିନ ମାଗିଥିଲେ । ଏହାସହ 5 ଫେବୃଆରୀରୁ 9 ଫେବୃଆରୀ ପର୍ଯ୍ୟନ୍ତ ସଂସଦରେ ଭାଗ ନେବେ ବୋଲି ଅନୁମତି ମାଗିଥିଲେ । କିନ୍ତୁ ଶପଥ ଗ୍ରହଣ ପୂର୍ବରୁ ଅନୁମତି ଦେଲେ ନାହିଁ ରାଜ୍ୟସଭା ଅଧ୍ୟକ୍ଷ ।