ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କୁ ଝଟ୍‌କା, ନିର୍ବାଚନ ପୂର୍ବରୁ ଆପ୍‌ ଛାଡିଲେ 7 ବିଧାୟକ - AAM AADMI PARTY MLA RESIGN

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା । 7 ଆମ ଆଦମୀ ପାର୍ଟି ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଚିଠିରେ ଲେଖିଲେ କାରଣ ।

Arvind Kejriwal
Arvind Kejriwal (PTI)

By ETV Bharat Odisha Team

Published : Jan 31, 2025, 6:45 PM IST

ନୂଆଦିଲ୍ଲୀ:ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ । ନିର୍ବାଚନର 5 ଦିନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଲାଗିଛି ବଡ଼ଧରଣର ଝଟ୍‌କା । କେଜ୍ରିୱାଲଙ୍କ ହାତ ଛାଡିଛନ୍ତି 7 ବିଧାୟକ । ଆମ ଆଦମୀ ପାର୍ଟିର 7 ବିଧାୟକ ଆଜି(ଶୁକ୍ରବାର) ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଆପ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ପଠାଇ ଦେଇଛନ୍ତି ।

କେଉଁ ବିଧାୟକ ଦେଲେ ଇସ୍ତଫା ?

  1. ଭାବନା ଗୌଡ (ପାଲମ ବିଧାୟକ)
  2. ବିଏସ ଜୁନ (ବିଜବାସନ ବିଧାୟକ)
  3. ପବନ ଶର୍ମା (ଆଦର୍ଶ ନଗର ବିଧାୟକ)
  4. ମଦନ ଲାଲ(କସ୍ତୁରବା ନଗର ବିଧାୟକ)
  5. ରାଜେଶ ଋଷି (ଜନକପୁରୀ)
  6. ରୋହିତ ମେହଲୋରିୟା (ତ୍ରିଲୋକପୁରୀ ବିଧାୟକ)
  7. ନରେଶ ଯାଦବ (ମହରୌଲି ବିଧାୟକ)

ଦୁଇ ପୃଷ୍ଠାର ଚିଠିରେ ଲେଖିଲେ ଇସ୍ତଫାର କାରଣ:

ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ବିଧାୟକ ନରେଶ ଯାଦବ 2 ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଲେଖିଛନ୍ତି । କେଉଁ କାରଣ ପାଇଁ ଦଳ ଛାଡୁଛନ୍ତି ତାହା କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି । ମହରୌଲି ବିଧାୟକ ନରେଶ ଯାଦବ ଇସ୍ତଫା ପତ୍ରରେ ଲେଖିଛନ୍ତି କି, ଆମ ଆଦମୀ ପାର୍ଟିର ଜନ୍ମ ଦୁର୍ନୀତି ବିରୋଧରେ ହୋଇଥିଲା । ଭାରତୀୟ ରାଜନୀତିରୁ ଦୁର୍ନୀତି ମୁକ୍ତ କରିବାକୁ ଏହାର ସୃଷ୍ଟି ହୋଇଥିଲା । ହେଲେ ଏବେ ଆମ ଆଦମୀ ପାର୍ଟି ଦୁର୍ନୀତିରେ ବୁଡି ରହିଛି । ସଚ୍ଚୋଟତା ରାଜନୀତି ପାଇଁ ଆମ ଆଦମୀ ପାର୍ଟିରେ ମିଶିଥିଲି । କିନ୍ତୁ ଏବେ ରାଜନୀତିରେ କୌଣସି ସଚ୍ଚୋଟତା ପରିଲିଖିତ ହେଉନାହିଁ ।

ସେ ଆହୁରି ଲେଖିଛନ୍ତି, ସେ ତାଙ୍କ 2 ବର୍ଷର କାର୍ଯ୍ୟକାଳରେ ମୁଁ 100 ପ୍ରତିଶତ ସଚ୍ଚୋଟତା ସହ କରିଛି । ମହରୌଲିବାସୀ ଜାଣିଛନ୍ତି ମୋ ସଚ୍ଚୋଟତା ରାଜନୀତି ଓ କାମ ରାଜନୀତି ବିଷୟରେ । ହେଲେ ଦଳ ଏବେ ଯେଉଁଭଳି ଭାବେ ଦୁର୍ନୀତିରେ ଲିପ୍ତ ଏଥିପାଇଁ ଦଳ ଛାଡିବାକୁ ନିଷ୍ପତ୍ତି ନେଲି ।

ସେ ଆହୁରି ଲେଖିଛନ୍ତି, ଆମ ଆଦମୀ ପାର୍ଟିରେ ବର୍ତ୍ତମାନ କିଛି ଜଣ ସଚ୍ଚୋଟ ରାଜନୀତି କରୁଥିବା ବ୍ୟକ୍ତି ରହିଛନ୍ତି । ସେମାନଙ୍କ ସହ ବନ୍ଧୁତା ସର୍ବଦା ରହିବ । ମହରୌଲି ଜନତାଙ୍କ କୃତଜ୍ଞତା ଜ୍ଞାପନ କରୁଛି । ଦୁର୍ନୀତିକୁ ଦେଖି ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପାର୍ଟିର ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରୁଛି ।

ଏହା ମଧ୍ୟ ପଢନ୍ତୁ:

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫: 'ଦିଲ୍ଲୀ ଦିଲ୍' ଜିତିବାକୁ ଫ୍ରି-ବି, ବିକାଶ ଏବଂ ବୟାନବାଜୀ ଜୋରଦାର

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି: ମହିଳାଙ୍କୁ ୨୧୦୦, ବୟସ୍କଙ୍କ ପାଇଁ ସଞ୍ଜୀବନୀ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ: ଆପରୁ କୈଳାଶ ଗଲେ, ଅନିଲ ଆସିଲେ

ଟିକଟ ଦେଇ ପୁଣି ଛଡାଇନେଇଥିଲା ଆପ୍‌:

ମହରୌଲୀ ଆପ ବିଧାୟକ ନରେଶ ଯାଦବଙ୍କୁ ପ୍ରଥମେ ଦଳ ଟିକଟ ଦେଇଥିଲା । ହେଲେ ପରେ ଦଳ ତାଙ୍କ ଟିକଟ କାଟି ତାଙ୍କ ବଦଳରେ ସେହି ଆସନରୁ ମହେନ୍ଦ୍ର ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ନରେଶ ଯାଦବ ।

5ରେ ଭୋଟ, ଆପକୁ ଲାଗିଲା ଝ୍‌ଟକା:

ଆସନ୍ତା ଫେବୃଆରୀ 5ରେ ନୂଆଦିଲ୍ଲୀରେ ଭୋଟ ଗ୍ରହଣ ହେବାକୁ ଯାଉଛି । 70 ଆସନ ବିଶିଷ୍ଟ ନୂଆଦିଲ୍ଲୀର ଭାଗ୍ୟ ନିର୍ଦ୍ଧାରଣ କରିବେ ଦିଲ୍ଲୀବାସୀ । 8ରେ ଫଳାଫଳ ଆସିବ । ଏହା ପୂର୍ବରୁ ଆପର 7 ବିଧାୟକ ଦଳରୁ ଇସ୍ତଫା ଦେବା ଦଳ ପ୍ରତି ପ୍ରଭାବ ପକାଇବା ନେଇ ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details