ଓଡିଶା

odisha

ETV Bharat / bharat

କାର୍ଯ୍ୟକାଳ ସରିବା ପରେ 7 କେନ୍ଦ୍ରମନ୍ତ୍ରୀ ଗଲେନାହିଁ ରାଜ୍ୟସଭା, ଲଢିବେ ଲୋକସଭା ନିର୍ବାଚନ !

7 Union Ministers Not Renominated To Rajya Sabha By BJP: କାର୍ଯ୍ୟକାଳ ସରିବା ପରେ 7 କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପଠାଇଲା ନାହିଁ ବିଜେପି । 2 ମନ୍ତ୍ରୀ ହେଲେ ପୁନଃ ମନୋନିତ । ଅଧିକ ପଢନ୍ତୁ

କାର୍ଯ୍ୟକାଳ ସରିବା ପରେ 7 କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପଠାଇଲା ନାହିଁ ବିଜେପି
କାର୍ଯ୍ୟକାଳ ସରିବା ପରେ 7 କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପଠାଇଲା ନାହିଁ ବିଜେପି

By ETV Bharat Odisha Team

Published : Feb 15, 2024, 10:32 PM IST

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ 15 ରାଜ୍ୟର 56 ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଚଳିତ 27 ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ଶେଷ ହୋଇଛି । ଏହି କାର୍ଯ୍ୟକାଳ ଶେଷ ହୋଇଥିବା ସାଂସଦଙ୍କ ମଧ୍ୟରେ 9 ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ହେଲେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକାଳ ଶେଷ ହୋଇଥିବା 2 ମନ୍ତ୍ରୀଙ୍କୁ ପୁଣି ଉଚ୍ଚସଦନକୁ ଟିକେଟ ଦେଇଥିବା ବେଳେ 7 କେନ୍ଦ୍ରମନ୍ତ୍ରୀ ଏହିକ୍ରମରୁ ବାଦ ପଡିଛନ୍ତି । ଫଳରେ ବିଜେପିର ନିର୍ବାଚନୀ ରଣନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ମନ୍ତ୍ରୀମାନେ ଚଳିତଥର ଲୋକସଭା ନିର୍ବାଚନ ଲଢିପାରନ୍ତି ।

କାର୍ଯ୍ୟକାଳ ଶେଷ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବଡ ଚେହେରା ଭାବେ ଗୁଜୁରାଟରୁ ରାଜ୍ୟସଭା ଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ମଧ୍ୟ ପ୍ରଦେଶରୁ ମନୋନିତ ହୋଇ ଶିକ୍ଷାମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକରୁ ରାଜ୍ୟସଭା ଯାଇଥିବା ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରମୁଖ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହିକ୍ରମରେ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ (ରାଜସ୍ଥାନ), ମତ୍ସ୍ୟ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା (ଗୁଜୁରାଟ), ମହାରାଷ୍ଟ୍ରରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟମ ଶିଳ୍ପ ମନ୍ତ୍ରୀ ନାରାୟଣ ରାଣେ ଓ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ମଧ୍ୟ ରହିଛନ୍ତି । ଏହି 7 ମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଏହି ପର୍ଯ୍ୟାୟରେ ସରିଥିଲା ।

ତେବେ ସୂତ୍ର ଅନୁସାରେ, ଏହି ମସସ୍ତ 7 ମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଲୋକସଭା ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ । ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ନିଜ ଗୃହରାଜ୍ୟ ଓଡିଶାର ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିପାରନ୍ତି । ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ପଟେଲ ରାଜସ୍ଥାନର ଅଲଓ୍ବାର କିମ୍ବା ମହେନ୍ଦ୍ରଗଡ ଆସନରୁ ପ୍ରାର୍ଥୀ ହେବେ । ସେହିପରି ଚନ୍ଦ୍ରଶେଖର ମଧ୍ୟ ନିଜ ଗୃହରାଜ୍ୟ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର 4 ଆସନମ ମଧ୍ୟରୁ କୌଣସି ଗୋଟିଏ ସଂସଦୀୟ ଆସନରୁ ଲଢିବାର ସମ୍ଭାବନା ରହିଛି । ସେହିପରି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଗୁଜୁରାଟର ସୁରଟ କିମ୍ବା ଭବନଗରରୁ ପ୍ରାର୍ଥୀ ହେବେ । ମୁରଲୀଧରନ ମଧ୍ୟ ସଂଗଠନ ସୁଦୃଢ ନଥିଲେ ସୁଦ୍ଧା ନିଜ ଗୃହରାଜ୍ୟ କେରଳରେ ଶକ୍ତି ପରୀକ୍ଷା ଦେବାର ସର୍ବାଧିକ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :- କୃଷକ ସଂଗଠନ- କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ, ଚଣ୍ଡିଗଡରେ 3 କେନ୍ଦ୍ରମନ୍ତ୍ରୀ

ଅନ୍ୟପଟେ କେବଳ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି । 2019 ପରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜ୍ୟରେ ଶାସନରେ ଥିବା ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ମଧ୍ୟ ଅଶ୍ବିନୀଙ୍କୁ ପୂର୍ବଥର ପରି ସମର୍ଥନ ଘୋଷଣା କରିସାରିଛି । ଏହି କ୍ରମରେ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ମତ୍ସ୍ୟ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନ । ତାଙ୍କୁ ଦଳ ମଧ୍ୟ ପ୍ରଦେଶରୁ ପୁନଃମନୋନିତ କରିବାକୁ ଯାଉଛି । ଏପ୍ରିଲରେ ଖାଲି ହେଉଥିବା 56 ଆସନ ମଧ୍ୟରେ 28 ଜଣ ସାଂସଦ ଶାସକ ଭାରତୀୟ ଜନତା ପାର୍ଟିର ଥିଲେ । ପାର୍ଟି ମଧ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେଇସାରିଛି । କିଛି ଆସନରେ ନୂଆମୁହଁ ଓ ଅନ୍ୟ ଦଳରୁ ଆସି ପଦ୍ମ ଧରିଥିବା ନେତାଙ୍କୁ ସୁଯୋଗ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details