ଓଡିଶା

odisha

ETV Bharat / bharat

ମେଘାଳୟରେ 3 ଆସାମ ଯୁବକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି - Assam Youths brunt to death - ASSAM YOUTHS BRUNT TO DEATH

Assam Youths brunt to death: ମେଘାଳୟରେ 3 ଜଣ ଆସାମ ଯୁବକଙ୍କୁ ପୋଡି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାର କାରଣ ଅସ୍ପଷ୍ଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Assam Youths brunt to death
Assam Youths brunt to death

By ETV Bharat Odisha Team

Published : Apr 17, 2024, 11:03 PM IST

ଗୌହାଟି:ମେଘାଳୟରେ ଆସାମ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । 3 ଜଣ ଯୁବକଙ୍କୁ ଜିଅନ୍ତା ପୋଡି ହତ୍ୟା କଲେ ଦୁର୍ବୃତ୍ତ । ଯୁବକମାନେ ମଙ୍ଗଳବାର ଦିନ ଆସାମରୁ ମେଘାଳୟ ଯାଇଥିବା ବେଳେ ବୁଧବାର ଦିନ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଯୁବକମାନଙ୍କ ମୃତଦେହ ଏକ କାରରୁ ଉଦ୍ଧାର କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନରେ ସରବଜିତ ସିଂଙ୍କ ହତ୍ୟାକାରୀକୁ ହତ୍ୟା, ରଣଦୀପ ହୁଡା କହିଲେ 'କର୍ମର ଫଳ' - Randeep Hooda

ପ୍ରାଥମିକ ସୂଚନା ଅନୁଯାୟୀ, ଆସାମ ରାଜ୍ୟର ଗୋଓ୍ୱାଲପାରା ଜିଲ୍ଲାର 3 ଜଣ ଯୁବକ ମଙ୍ଗଳବାର ଦିନ ଏକ ସ୍ୱିପ୍ଟ କାରରେ ମେଘାଳୟ ଯାଇଥିଲେ । ବୁଧବାର ଦିନ ସକାଳ ସମୟରେ ମେଘାଳୟର ପୂର୍ବାଞ୍ଚଳ ରୋଙ୍ଗଜେଙ୍ଗ ଥାନା ଅଞ୍ଚଳର ଏକ ରୋ ପାହାଡି ଅଞ୍ଚଳର ଓ୍ବାଗେଆସିଠାରେ ଏକ ପୋଡିଯାଇଥିବା କାର୍ ମଧ୍ୟରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି । ହତ୍ୟାର ଶିକାର ହୋଇଥିବା ଯୁବକମାନେ ଆସାମ ରାଜ୍ୟର ଗୋଓ୍ୱାଲପାରା ଜିଲ୍ଲାର ହୋଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ଦ୍ବିତୀୟ ପତ୍ନୀକୁ ହତ୍ୟା କରି ସ୍ବାମୀ ଫେରାର, ବରଫ ବାକ୍ସରେ ମୃତଦେହ ରଖିଥଲା ଅଭିଯୁକ୍ତ - Woman Murder In Purnea

ଅନ୍ୟପଟେ ସ୍ଥାନୀୟ ପୋଲିସ ଜଳି ଯାଇଥିବା କାର ସହ 3 ପୋଡା ମୃତଦେହକୁ ଉଦ୍ଧାର କରି ଗୋଓ୍ୱାଲପାରା ପୋଲିସକୁ ହସ୍ତଗତ କରିଥିଲା । ଏହାପରେ ପୋଲିସ ଟିମ ମୃତଦେହକୁ ନେଇ ଆସାମ ଯାଇଛନ୍ତି । ତେବେ ଏହି ମାମଲାରେ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଏହା କିଭଳି ଘଟିଲା କିମ୍ବା ଏହି ହତ୍ୟାକାଣ୍ଡ ପଛରେ କଣ କାରଣ ରହିଛି ସେ ବିଷୟରେ ଏବେସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହତ୍ୟାକାରୀ ବିଷୟରେ ମଧ୍ୟ ଏବେସୁଦ୍ଧା କୌଣସି ତଥ୍ୟ ମିଳିପାରିନାହିଁ । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ଏହାମଧ୍ୟ ପଢନ୍ତୁ..ଆସାମରେ ଟ୍ରିପଲ ମର୍ଡର, 3 ଛୁଆକୁ ହତ୍ୟା ପରେ ମା'ର ଆତ୍ମହତ୍ୟା ଉଦ୍ୟମ - Karimganj Murder

ମୃତ ଯୁବକମାନଙ୍କ ମଧ୍ୟରୁ 2 ଜଣଙ୍କ ପରିଚୟ ମିଳିଥିବା ବେଳେ ଆଉ ଜଣଙ୍କ ଏବେସୁଦ୍ଧା ଚିହ୍ନଟ ହୋଇନାହିଁ । ତେବେ ଚିହ୍ନଟ ଯୁବକମାନେ ହେଲେ ଜମାନ ଅଲ୍ଲୀ ଓ ନୂର ମହମ୍ମଦ । ସେମାନଙ୍କ ଘର ଗୋଓ୍ୱାଲପାରା ଜିଲ୍ଲାର ଡୋଲଗୁମା ହୋଇଥିବା ଜଣାପଡିଛି । ତେବେ ଏହି ନିର୍ମମ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details