ଓଡିଶା

odisha

ଦ୍ୱିତୀୟ ଦିନରେ କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ: ଶମ୍ଭୁ ଏବଂ ଗାଜିପୁର ସୀମାରେ ପୋଲିସ ଛାଉଣି

By ETV Bharat Odisha Team

Published : Feb 14, 2024, 9:47 AM IST

Farmers Protest 2024: ଦ୍ୱିତୀୟ ଦିନରେ ଚାଷୀ ସଂଗଠନର 'ଦିଲ୍ଲୀ ଚଲୋ' ଆହ୍ୱାନ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗରେ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଦେଇଛନ୍ତି ପଞ୍ଜାବ, ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ । ଅଧିକ ପଢନ୍ତୁ..

Farmers Protest 2024
ଦ୍ୱିତୀୟ ଦିନରେ 'ଦିଲ୍ଲୀ ଚଲୋ' ଅଭିଯାନ

ଚଣ୍ଡିଗଡ:ଦ୍ୱିତୀୟ ଦିନରେ ପହଞ୍ଚିଲା କୃଷକ ସଂଗଠନର 'ଦିଲ୍ଲୀ ଚଲୋ' ଆହ୍ୱାନ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ଅଭିଯୋଗରେ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଦେଇଛନ୍ତି ପଞ୍ଜାବ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ । ମଙ୍ଗଳବାର ଦିନ ଚାଷୀ ଦିଲ୍ଲୀ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ହରିୟାଣା ଓ ପଞ୍ଜାବ ସୀମା ଶମ୍ଭୁ ସୀମାରେ ସୁରକ୍ଷାକର୍ମୀ ଓ ଚାଷୀମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ବ୍ୟାରିକେଡ କରି ଲୁହବୁହା ଗ୍ୟାସ ପ୍ରୟୋଗ କରି ଚାଷୀମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁରକ୍ଷାକର୍ମୀ । ଯାହାକୁ ଦେଶ ପାଇଁ କଳା ଦିବସ ବୋଲି ଚାଷୀ ନେତାମାନେ କହିଥିଲେ । ସଂଘର୍ଷ ମଧ୍ୟରେ ପୁଣି ଆଜି( ବୁଧବାର) ଦିଲ୍ଲୀ ଚଲୋ ଆରମ୍ଭ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ..ଚାଷୀ ଆନ୍ଦୋଳନକୁ ଦକ୍ଷିଣରେ ସମର୍ଥନ, ତାମିଲନାଡୁରେ ରାସ୍ତାରେ ବସିଲେ ଚାଷୀ

ଗତକାଲି (ମଙ୍ଗଳବାର) ହଜାର ହଜାର ବିକ୍ଷୋଭକାରୀମାନେ ଟ୍ରାକ୍ଟର ରାଲି କରି ହରିୟାଣାରେ ଶମ୍ଭୁ ସୀମା ଦେଇ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ଶମ୍ଭୁ, ଗାଜିପୁରା ଏବଂ ଦାତା ସିଂହ ସୀମାରେ 144 ଧାରା ଜାରି ହୋଇଥିଲେ ମଧ୍ୟ ବ୍ୟାରିକେଡ ଭାଙ୍ଗି ଚାଷୀମାନେ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଚାଷୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା । ଚାଷୀମାନଙ୍କୁ ଅଟକାଇବା ପାଇଁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ଓ ଓ୍ୱାଟର କାନୋନ୍ସ ପ୍ରୟୋଗ କରିଥିଲେ । ଘଣ୍ଟା ଘଣ୍ଟା ଧରି ଚାଷୀ ଓ ସୁରକ୍ଷାକର୍ମୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏକାଧିକ ପୋଲିସ କର୍ମୀ ଓ ଚାଷୀ ଆହତ ହୋଇଥିଲେ । ଏହାପରେ ଆନ୍ଦୋଳନ ସ୍ଥଗିତ ରଖାଯାଇ ବୁଧବାର ଆରମ୍ଭ କରାଯିବ ବୋଲି ଚାଷୀ ନେତା ଘୋଷଣା କରିଥିଲେ ।

ବର୍ତ୍ତମାନ ବର୍ଡରରେ ଭାରି ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତ । ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀ ସୀମା ସିଲ୍ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଦିଲ୍ଲୀ । ପୋଲିସ ପକ୍ଷରୁ ବିଭିନ୍ ସ୍ଥାନରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସୀମାରେ ଶାନ୍ତ ପରିବେଶ ଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details