ଓଡିଶା

odisha

By ETV Bharat Odisha Team

Published : May 2, 2024, 11:35 AM IST

ETV Bharat / bharat

ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆକ୍ସନ, ଦିଲ୍ଲୀ ମହିଳା ଆୟୋଗରୁ 223 କର୍ମଚାରୀଙ୍କୁ କଲେ ବରଖାସ୍ତ - Delhi Women Commission

DCW 223 Worker removed: ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ 223 କର୍ମଚାରୀଙ୍କୁ ଗଣବରଖାସ୍ତ କଲେ ଉପରାଜ୍ୟପାଳ । ସ୍ବାତୀ ମାଲିଓ୍ବାଲଙ୍କ କାର୍ଯ୍ଯକାଳରେ ବେଆଇ ଭର୍ତ୍ତି ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆକ୍ସନ, ଦିଲ୍ଲୀ ମହିଳା ଆୟୋଗରୁ 223 କର୍ମଚାରୀଙ୍କୁ କଲେ ବରଖାସ୍ତ
ପୁଣି ଚର୍ଚ୍ଚାରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଆକ୍ସନ, ଦିଲ୍ଲୀ ମହିଳା ଆୟୋଗରୁ 223 କର୍ମଚାରୀଙ୍କୁ କଲେ ବରଖାସ୍ତ

ନୂଆଦିଲ୍ଲୀ:ଦିଲ୍ଲୀରେ ସାମ୍ବିଧାନିକ ଗତିରୋଧର ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ମହିଳା ଆୟୋଗରେ କାର୍ଯ୍ୟରତ 223 କର୍ମଚାରୀଙ୍କୁ ଏକକାଳୀନ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ବିନୟ ସକ୍ସେନା । ବର୍ତ୍ତମାନ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ପୂର୍ବତନ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ କାର୍ଯ୍ୟକାଳରେ ଭର୍ତ୍ତି ସମ୍ପର୍କିତ ସର୍ତ୍ତାବଳି ଉଲ୍ଲଂଘନ କରାଯାଇ ଏହି ନିଯୁକ୍ତି ମିଳିଥିବା ଅଭିଯୋଗରେ ରାଜଭବନ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି । ତୁରନ୍ତ ଏହି କର୍ମଚାରୀମାନଙ୍କୁ ଦାୟିତ୍ବରୁ ଅପସାରଣ କରିବା ପାଇଁ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ନିର୍ଦ୍ଦେଶ ରହିଛି ।

ନିର୍ଦ୍ଦେଶରେ କୁହାଯାଇଛି, ଆୟୋଗରେ ମାତ୍ର 40 ପଦାଧିକାରୀଙ୍କ ପାଇଁ ବିଭିନ୍ନ ପଦବୀ ରହିଥିଲା । ମାତ୍ର ସେଠାରେ ସମସ୍ତ ନିୟମ ଉଲ୍ଲଂଘନ କରାଯାଇ ମାତ୍ରାଧିକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିଲା । ଆୟୋଗର ସହକାରୀ ନିର୍ଦ୍ଦେଶିକାଙ୍କ ଦ୍ବାରା ଜାରି ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ବିଭିନ୍ନ ପଦବୀରେ ଭର୍ତ୍ତି ପ୍ରକ୍ରିୟା ବେଳେ ଆଶାୟୀଙ୍କର ପ୍ରାର୍ଥୀଙ୍କର କୌଣସି ମୂଲ୍ୟାଙ୍କନ ମଧ୍ୟ କରାଯାଇନଥିଲା । 2017ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ପଠାଯାଇଥିବା ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନର ଆମ ଆଦମୀ ପାର୍ଟି ସାଂସଦ ସ୍ବାତୀ ମାଲିଓ୍ବାଲ ପୂର୍ବରୁ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ଥିଲେ । ମହିଳା ବିରୋଧୀ ହିଂସା, ଅପରାଧ ଓ ଆଇନ ଶୃଙ୍ଖଳା ସ୍ଥିତି ପରି ଏକାଧିକ ପ୍ରସଙ୍ଗରେ ସେ ଦିଲ୍ଲୀ ପୋଲିସକୁ ବାରମ୍ବାର ସମନ ମଧ୍ୟ କରି ଚର୍ଚ୍ଚାକୁ ଆସିଥିଲ । ଜାନୁଆରୀରେ ଦିଲ୍ଲୀର 3 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସ୍ବାତୀଙ୍କୁ ପ୍ରାର୍ଥୀ କରିଥିଲା କେଜ୍ରିଓ୍ବାଲଙ୍କ ଦଳ । ସ୍ବାତୀ ଉଚ୍ଚସଦନକୁ ନିର୍ବାଚିତ ମଧ୍ୟ ହୋଇଛନ୍ତି । ମାତ୍ର ଦାୟିତ୍ବ ଛାଡିବାର ପ୍ରାୟ 2 ମାସ ପରେ ତାଙ୍କ କାର୍ଯ୍ୟକାଳରେ ହୋଇଥିବା ଗଣନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଛି । ସିଧାସଳଖ 223 କର୍ମଚାରୀଙ୍କୁ ଉପରାଜ୍ୟପାଳ ଦାୟିତ୍ବରୁ ବରଖାସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କୋୱିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ, ଜାଣନ୍ତୁ କାରଣ ? - Modi Photo removed

ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ବାତୀ ମଧ୍ୟ ତଦନ୍ତ ପରିସରକୁ ଆସିପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଲାଣି । ଏ ସମ୍ପର୍କରେ ଶାସକ ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ତୁରନ୍ତ ପ୍ରତିକ୍ରିୟା ସାମ୍ନାକୁ ଆସିନି । ତେବେ ଉପରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ଆମ ଆଦମୀ ପାର୍ଟି କିମ୍ବା ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ପକ୍ଷରୁ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇପାରେ । ପୂର୍ବରୁ ମଧ୍ୟ ଏକାଧିକ ପ୍ରସଙ୍ଗରେ ନିର୍ବାଚିତ ସରକାର ଓ ରାଜଭବନ ମଧ୍ୟରେ ଗତିରୋଧ ଦେଖାଯାଇଛି । ଦିଲ୍ଲୀର ସରକାରୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପାଇଁ ଫିନଲ୍ୟାଣ୍ଡ ପଠାଯିବା ନିଷ୍ପତ୍ତିକୁ ନେଇ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details