ଭୋପାଳ:ବିବାହ କଲେ ୧୦୩ ବର୍ଷୀୟ ବୃଦ୍ଧ । ୪୯ ବର୍ଷୀୟ ଜଣେ ମହିଳାଙ୍କୁ ସେ ଜୀବନସାଥୀ ରୂପେ ବାଛିଛନ୍ତି । ଆପଣମାନେ ମୁଖ୍ୟତଃ ଏହି ବୟସରେ ବୃଦ୍ଧ ବୃଦ୍ଧାଙ୍କୁ ନାତି ନାତୁଣୀ ଖେଳାଇବାର ଦେଖିଥିବେ । କିନ୍ତୁ ପରିଣତ ବୟସରେ ମଧ୍ୟ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଜଣେ ବୃଦ୍ଧ । ଏଭଳି ଖବର ସାମନାକୁ ଆସିଛି ମଧ୍ୟପ୍ରଦେଶର ଭୋପାଳରୁ । ଭୋପାଳର ହବିବ ନାମକ ଜଣେ ସ୍ବାଧୀନତା ସଂଗ୍ରାମୀ କୁଲଜମା ନାମକ ଜଣେ ୪୯ ବୟସର ମହିଳାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଉଭୟ ପତି ଓ ପତ୍ନୀ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର । ବିବାହ ପରେ ଉଭୟ ପତି ପତ୍ନୀ ଅଟୋରେ ବସି ଯାଉଥିବା ନଜର ଆସିଥିଲେ । ସେମାନଙ୍କୁ ଦେଖିବା ପରେ ସମସ୍ତେ ପ୍ରଶ୍ନ କରିଥିଲେ, "ଆପଣ ଏହି ବୟସରେ ବିବାହ କାହିଁକି କଲେ ? ଆପଣଙ୍କ ମାନସିକ ସ୍ଥିତି ଠିକ୍ ଅଛି ତ?" ତେବେ ଉତ୍ତରରେ ବୃଦ୍ଧ ଜଣଙ୍କ କହିଛନ୍ତି, କେଉଁଥିରେ କିଛି ଅଭାବ ନାହିଁ, ଅଭାବ କେବଳ ଆମର ହୃଦୟରେ ରହିଛି ।" ତେବେ ସେ ଜଣେ ସ୍ବାଧୀନତା ସଂଗ୍ରାମୀ । ସେ ମଞ୍ଝାଲେ ମିଆଁ ଭାବରେ ବେଶ ଜଣାଶୁଣା ।
ଗୋଟିଏ ପଟେ ୨୦-୨୫ ବର୍ଷର ଯୁବକଙ୍କୁ ବିବାହ ପାଇଁ ଉପଯୁକ୍ତ କନ୍ୟା ମିଳୁନଥିବାବେଳେ ଅନ୍ୟପଟେ ୧୦୩ ବର୍ଷର ବୃଦ୍ଧାଙ୍କୁ କିନ୍ତୁ ମିଳିଯାଇଛି ଜୀବନସାଥୀ । ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଝାଲେ ମିୟାଁ ନିଜଠୁ ଅଧା ବୟସର କନ୍ୟାଙ୍କୁ ବିବାହ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବାବେଳେ ଏହି ବିବାହକୁ ନେଇ ଖୁସି ଅଛନ୍ତି ଉଭୟ ପତି ପତ୍ନୀ ।