ହାଇଦ୍ରାବାଦ:ବିଶ୍ୱ ୨୦୨୪ରେ ପହଞ୍ଚିଛି । ଅନେକ ରାଷ୍ଟ୍ର ଅର୍ଥନୈତିକ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି । ନୂଆ ନୂଆ ଆବିଷ୍କାର ଓ ଉଦ୍ଭାବନ କରିବାରେ ଲାଗିଛନ୍ତି ଅନେକ ଦେଶ । ହେଲେ ଏବେବି ବିଶ୍ୱରେ ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନେ ଆର୍ଥିକ ସ୍ଥିତିରେ ଅନଗ୍ରସର ହୋଇ ରହିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସବୁ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି । ଦାରିଦ୍ର୍ୟ, ଅସ୍ୱାକ୍ଷରତା, ନିମ୍ନ ସ୍ୱାସ୍ଥ୍ୟ ସେବା ସହ ଏବେବି ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏଭଳି ଅନେକ ଦେଶ ରହିଛି ଯେଉଁଠି ଲୋକମାନଙ୍କ ମୁଣ୍ଡପିଛା ଆୟ ୧୦୦ଟଙ୍କାରୁ କମ । ତେବେ ଆସନ୍ତୁ ଜାଣିବା ୨୦୨୪ ମୁଣ୍ଡ ପିଛା ଆୟ ତୁଳନାରେ କେଉଁ ୧୦ଟି ଦେଶର ବିଶ୍ୱର ସବୁଠୁ ଗରିବ ଦେଶ ଅଟନ୍ତି ।
୧. ସାଉଥ ସୁଦାନ (South Sudan): 2024ରେ ଗରିବ ରାଷ୍ଟ୍ର ତାଲିକାରେ ପ୍ରଥମ ସ୍ଥାନରେ ରହିଛି ସାଉଥ ସୁଦାନ ଦେଶ । ଏହି ଦେଶ ଦଶନ୍ଧି ଧରି ଦାରିଦ୍ର୍ୟ, ଆର୍ଥିକ ଅନଗ୍ରସର ସହ ଯୁଝି ହୋଇ ଆସୁଛି । ଗରିବ ରାଷ୍ଟ୍ର ସହ ଗୃହ ବିବାଦ ସହ ସଂଗ୍ରାମ କରୁଛି ଦେଶ । ସୀମିତ ଭିତ୍ତିଭୂମୀ ତଥା ତୈଳ ରାଜସ୍ୱ ଉପରେ ଏହି ଦେଶ ନିର୍ଭର କରୁଛି ।
୨. ବୁରୁଣ୍ଡି (Burundi): ଗରିବ ରାଷ୍ଟ୍ର ତାଲିକାର ଦ୍ୱିତୀୟରେ ରହିଛି ପୂର୍ବ ଆଫ୍ରିକୀୟ ଦେଶ ବୁରୁଣ୍ଡି । ଏହି ଦେଶର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାଏ । ଏହି ଦେଶର ଜନସଂଖ୍ୟା ୩୦ ପ୍ରତିଶତ ଲୋକ ମୁଖ୍ୟତଃ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ରାଜନୈତିକ ଅସ୍ଥିରତା ଓ ଜାତିଗତ ତିକ୍ତତା ଏହି ଦେଶରେ ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରୁଛି ।
୩. ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ (Central African Republic):ଖଣିଜ ସମ୍ପଦରେ ଭରପୁର ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ ଦେଶ । ହୀରା, ସୁନା ଭଳି ଦାମି ଖଣିଜ ସମ୍ପଦରେ ଭରପୁର ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ । ହେଲେ ବର୍ଷ ବର୍ଷ ଧରି ଏଠାକାର ନାଗରିକ ଦାରିଦ୍ର ସୀମାରେଖା ତଳେ ରହି ଆସୁଛନ୍ତି । ଦଶନ୍ଧି ଧରି ଏହି ଦେଶ ଦାରିଦ୍ର୍ୟ, ଅସ୍ଥିରତା ଓ ଅବ୍ୟବସ୍ଥା ସହ ସଂଗ୍ରାମ ଜାରି ରଖିଛି ।
୪. ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ (Democratic Republic of the Congo):କଙ୍ଗୋରେ ପ୍ରାକୃତିକ ସମ୍ପଦରେ ଭରପୁର ଥିଲେ ମଧ୍ୟ ଆର୍ଥିକ ଅଭିବୃଦ୍ଧି ସହ ସଂଘର୍ଷ କରି ଆସୁଛି । ଦଶନ୍ଧୀ ଧରି ବିବାଦ, ଦୁର୍ନୀତି ଓ ଅବ୍ୟବସ୍ଥା ଯୋଗୁ ଦେଶ ଗରିବ ସୀମାରେଖା ତଳେ ରହି ଆସୁଛି ।
୫.ମୋଜାମ୍ୱିକ୍ (Mozambique):ବିଶ୍ୱର ଗରିବ ରାଷ୍ଟ୍ରର ତାଲିକାରେ ଆଉ ଏକ ନାଁ ହେଉଛି ମୋଜାମ୍ବିକ୍ । ନିରକ୍ଷରତା, ଦୁର୍ବଳ ଭିତ୍ତିଭୂମୀ ଓ ପ୍ରାକୃତିକ ବିପର୍ଯ୍ୟୟ ଏହି ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବାଧକ ସାଜୁଛି । ନିକଟ ଅତୀତରେ ଦେଶ ଅଗ୍ରଗତିର ରାସ୍ତାକୁ ଆସୁଥିବା ବେଳେ ବିଶେଷ କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ବୃଦ୍ଧି ପାଇଛି ।