thumbnail

By

Published : Feb 22, 2022, 2:19 PM IST

Updated : Feb 3, 2023, 8:17 PM IST

ETV Bharat / Videos

4th Phase Voting: ରାୟଗଡା ଏବଂ କୋଲନରା ବ୍ଲକରେ ମତଦାନ ଜାରି

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟରେ ରାୟଗଡା ଏବଂ କୋଲନରା ବ୍ଲକରେ ମତଦାନ ଜାରି ରହିଛି | ନିର୍ବାଚନ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଆରମ୍ଭ ହୋଇଛି ମତଦାନ | ରାୟଗଡା ବ୍ଲକର ତିନୋଟି ଜୋନ ଏବଂ କୋଲନରା ବ୍ଲକର ଦୁଇଟି ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ | ଦୁଇଟି ବ୍ଳକର 45ଟି ପଞ୍ଚାୟତରେ ମୋଟ 1 ଲକ୍ଷ 37 ହଜାର 693 ଭୋଟର ରହିଛନ୍ତି | ରାୟଗଡା ଓ କୋଲନରା ବ୍ଲକରେ ଥିବା ମୋଟ 548 ବୁଥ ମଧ୍ୟରୁ 89ଟି ସମ୍ବେଦନଶୀଳ ବୁଥ ଏଏବଂ 12ଟି ଅତିସମ୍ବେଦନଶୀଳ ବୁଥ ରହିଛି | ଦୁଇଟି ବ୍ଲକର 5ଟି ଜିଲ୍ଲା ପରିଷଦ ଆସନ ପାଇଁ 28 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି | ସେହିପରି 45ଟି ପଞ୍ଚାୟତ ପାଇଁ 184 ସରପଞ୍ଚ ପ୍ରାର୍ଥୀ, 140 ସମିତି ସଭ୍ୟ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିର୍ବାଚନକୁ ସୁଚାରୁରୂପେ ପରିଚାଳନା ପାଇଁ 2 ହଜାର 192 କର୍ମଚାରୀ ନିୟୋଜିତ ରହିଛନ୍ତି | ମାଓବାଦୀଙ୍କ କାର୍ଯ୍ୟ କଳାପକୁ ଆଖିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି | ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.