Tulip Garden: ଭୂସ୍ୱର୍ଗରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତୁଲିପ ଗାର୍ଡେନ - ଖୋଲିଲା ତୁଲିପ ଗାର୍ଡେନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14813525-thumbnail-3x2-ff.jpg)
ଶ୍ରୀନଗର: ଡାଲ ହ୍ରଦ କୂଳରେ ପାହାଡ ପାଦଦେଶରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ ତୁଲିପ ଗାର୍ଡେନ ଆଜି (ବୁଧବାର) ଠାରୁ ପର୍ଯ୍ୟଟକଙ୍କ ଆଗମନ ପାଇଁ ଖୋଲିଛି । ଆଜି ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ଖୋଲିବା ପରେ ତୁଲିପ ଗାର୍ଡେନକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ଦେଶର ବିଭିନ୍ନ ପ୍ରାନ୍ତରୁ ଗାର୍ଡେନ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । 35 ହେକ୍ଟର ଜମିରେ ପରିବ୍ୟାପ୍ତ ଏହି ତୁଲିପ ଗାର୍ଡେନରେ ଚଳିତ ବର୍ଷ 68 ପ୍ରଜାତିର ପାଖାପାଖି 15 ଲକ୍ଷ ରୁ ଅଧିକ ଗଛ ଓ ଫୁଲ ଫୁଟିଛି । ଯେଉଁଥିରେ 6 ଟି ନୂଆ ପ୍ରଜାତିର ଫୁଲ ଫୁଟିଛି ଚଳିତ ବର୍ଷ । କୋଭିଡ କଟକଣା ସହ ଭାରତୀୟ ସେନାର କଡା ସୁରକ୍ଷା ବଳରେ ପର୍ଯ୍ୟଟକ ଗାର୍ଡେନକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକ ମାନେ ଇ-ଟିକେଟ କରି ମଧ୍ୟ ଚଳିତ ବର୍ଷ ଗାର୍ଡେନ ପରିଭ୍ରମଣ କରିପାରିବେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ଆଜି ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ଖୋଲିବା ପରେ ତୁଲିପ ଗାର୍ଡେନକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ଦେଶର ବିଭିନ୍ନ ପ୍ରାନ୍ତରୁ ଗାର୍ଡେନ ପରିଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।
35 ହେକ୍ଟର ଜମିରେ ପରିବ୍ୟାପ୍ତ ଏହି ତୁଲିପ ଗାର୍ଡେନରେ ଚଳିତ ବର୍ଷ 68 ପ୍ରଜାତିର ପାଖାପାଖି 15 ଲକ୍ଷ ରୁ ଅଧିକ ଗଛ ଓ ଫୁଲ ଫୁଟିଛି । ଯେଉଁଥିରେ 6 ଟି ନୂଆ ପ୍ରଜାତିର ଫୁଲ ଫୁଟିଛି ଚଳିତ ବର୍ଷ ।
କୋଭିଡ କଟକଣା ସହ ଭାରତୀୟ ସେନାର କଡା ସୁରକ୍ଷା ବଳରେ ପର୍ଯ୍ୟଟକ ଗାର୍ଡେନକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକ ମାନେ ଇ-ଟିକେଟ କରି ମଧ୍ୟ ଚଳିତ ବର୍ଷ ଗାର୍ଡେନ ପରିଭ୍ରମଣ କରିପାରିବେ ।
Last Updated : Feb 3, 2023, 8:20 PM IST