thumbnail

By

Published : Mar 21, 2022, 5:09 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipal Election: ଜନଜାତି ସମ୍ପ୍ରଦାୟର ଭୋଟର ହେବ ନିର୍ଣ୍ଣାୟକ !

କେନ୍ଦ୍ରାପଡା: ପୌର ନିର୍ବାଚନ ପାଇଁ ସରଗରମ ସହର । ସହରର ଗଳିକନ୍ଦିରେ ମାଇକ ସ୍ବରରେ ପ୍ରଚାର ଗ୍ରୀଷ୍ମର ତାତିକୁ ଦ୍ବିଗୁଣିତ କରିଛି । କେନ୍ଦ୍ରାପଡା ମ୍ୟୁନିସିପାଲିଟିରେ ଦୀର୍ଘ ୧୧ବର୍ଷ ପରେ ନିର୍ବାଚନ ହେଉଥିବା କାରଣରୁ କିଏ କେଉଁ ଲୋକଙ୍କ ପାଇଁ କାମ କରିଛନ୍ତି, କରୁଛନ୍ତି ଆଉ କରିବେ ସେନେଇ ଅଙ୍କ କଷୁଛନ୍ତି ଭୋଟର । ସହରର ୨୧ନଂ ୱାର୍ଡରେ ସାତପିଢି ଧରି ରହି ଆସୁଥିବା କେଳା ସମ୍ପ୍ରଦାୟର ଲୋକଙ୍କୁ ଏଯାବତ ମୌଳିକ ସୁବିଧା ସୁଯୋଗ ମିଳି ନଥିବାରୁ ଏହି ସମ୍ପ୍ରଦାୟର ଭୋଟ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବ । ସୂଚନାଯୋଗ୍ୟ, ଏହି ୱାର୍ଡରେ ୧୦୦୦ରୁ ଊର୍ଦ୍ଧ୍ବ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ୩୫୦ ଭୋଟର ହେଉଛନ୍ତି ଜନଜାତି ଓ ଆଦିବାସୀ ସମ୍ପ୍ରଦାୟର । ଏହି ଜନଜାତି ଆଦିବାସୀ ସମ୍ପ୍ରଦାୟ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.