Good Samaritan: ତୃଷାର୍ତ୍ତ ମାଙ୍କଡକୁ ପାଣି ପିଆଇଲେ ଟ୍ରାଫିକ ପୋଲିସ, ଦେଖନ୍ତୁ କେମିତି ଢକଢକ କରି ପିଉଛି ପାଣି - ମାଙ୍କଡ ପାଣି ପିଇବା ଭିଡିଓ

🎬 Watch Now: Feature Video

thumbnail

By

Published : Apr 3, 2022, 9:30 PM IST

Updated : Feb 3, 2023, 8:21 PM IST

ମୁମ୍ବାଇ: ଅସହ୍ୟ ତାତିରେ ଥରୁଛି ସାରା ଦେଶ । ପଶୁ-ପକ୍ଷୀଙ୍କ ଠାରୁ ଆରମ୍ଭ କରି ମାନବ ସମାଜ ପର୍ଯ୍ୟନ୍ତ ବର୍ତ୍ତମାନ ସମସ୍ତେ ଶୋଷରେ । ଟାଣ ଖରା ପାଇଁ ବର୍ତ୍ତମାନ ସମସ୍ତଙ୍କ ଆଶା ପାଣି ମୁନ୍ଦେ ପାଖରେ । ଏହି ପରିପ୍ରେକ୍ଷୀରେ ଏକ ଶୋଷିଲା ମାଙ୍କଡ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ମାଙ୍କଡଟି ଜଣେ ଟ୍ରାଫିକ ପୋଲିସଙ୍କ ଠାରୁ ବେଶ୍ ଆଗଭରରେ ପାଣି ପିଇଯାଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ଟ୍ରାଫିକ ପୋଲିସ ସଞ୍ଜୟ ଘୁଦେ(42) ଏବଂ ତାଙ୍କ ଟିମ୍ ପ୍ରତ୍ୟେକ ଦିନ ସାଙ୍ଗରେ ବନ୍ୟପ୍ରାଣୀଙ୍କ ପାଇଁ ପାଣି ନେଇ ଯାଇଥାନ୍ତି । ସେମାନେ ମଧ୍ୟ ସଞ୍ଜୟଙ୍କ ଭଲପାଇବାକୁ ବୁଝି ସାରିଛନ୍ତି, ନିର୍ଭିକ ଭାବରେ ଆସି ପାଣି ପିଇଥାନ୍ତି । ସେହିପରି ସଞ୍ଜୟ ମଧ୍ୟ ବନ୍ୟଜନ୍ତୁଙ୍କୁ ଭୟ ନ କରି ସେମାନଙ୍କ ଶୋଷ ମେଣ୍ଟାଇଥାନ୍ତି ।
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.