ଯୁବକଙ୍କ ନିଆରା ପ୍ରେମ ପ୍ରସ୍ତାବ, ବଡ଼ ପୋଷ୍ଟର ଲଗାଇ ପ୍ରେମିକାଙ୍କୁ କଲେ ପ୍ରପୋଜ - ମହାରାଷ୍ଟ୍ର କୋଲହାପୁରରେ ଯୁବକଙ୍କ ନିଆରା ବିବାହ ପ୍ରସ୍ତାବ

🎬 Watch Now: Feature Video

thumbnail

By

Published : May 19, 2022, 10:46 PM IST

ମୁମ୍ବାଇ: ରାସ୍ତାକଡ଼ରେ ବିଭିନ୍ନ ବିଜ୍ଞାପନ ପାଇଁ ବଡ଼ ବଡ଼ ପୋଷ୍ଟର ଲାଗିଥିବା ତ ଆପଣ ଦେଖିଥିବେ । ହେଲେ ଏଠାରେ ଲାଗିଥିବା ପୋଷ୍ଟର କୌଣସି ବିଜ୍ଞାପନ ପାଇଁ ଲାଗିନଥିଲା, ବରଂ ଯୁବକ ଜଣକ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ଲାଗି ଏହାକୁ ଲଗାଇଥିଲେ । ରାସ୍ତାକଡ଼ରେ ଏକ ବଡ଼ ପୋଷ୍ଟର ଲଗାଇ ସେ ନିଜ ପ୍ରେମିକାଙ୍କୁ ନିଜ ମନର କଥା କହିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ମହାରାଷ୍ଟ୍ର କୋଲହାପୁର ଅଞ୍ଚଳରେ ଘଟିଛି । ପ୍ରେମିକ ସୌରଭ କାସବେକର ଓ ପ୍ରେମିକା ଉତ୍କର୍ଷା ୨୦୧୭ ମସିହାରେ ବୁଧଗାଓଁ-ସାଙ୍ଗଲିରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ହେଲେ ପାଠ୍ୟକ୍ରମ ଶେଷ ପର୍ଯ୍ୟନ୍ତ ପରସ୍ପର ସମ୍ପର୍କରେ ସେମାନେ ଜାଣିନଥିଲେ । ମାତ୍ର ସୌରଭଙ୍କ ବିବାହ ଖୋଜା ହେବା ବେଳେ ସେ ଉତ୍କର୍ଷାଙ୍କ ନାମ କହିଥିଲେ ଏବଂ ତାଙ୍କୁ ପ୍ରପୋଜ କରିବା ପାଇଁ ଏପରି ନିଆରା ଉପାୟ ଆପଣେଇଥିବା କହିଛନ୍ତି । ଏହି ପ୍ରେମୀଯୁଗଳ ଆସନ୍ତା ୨୭ ତାରିଖରେ ବିବାହ କରିବେ ବୋଲି ସ୍ଥିର କରିଛନ୍ତି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.