ନିଜ ଗାଁରେ ଯୋଗୀ: ମର୍ଣ୍ଣିଂ ୱାକ କଲେ, ପିଲାଙ୍କ ସହ ସେଲଫି ନେଲେ

By

Published : May 5, 2022, 9:17 AM IST

Updated : May 5, 2022, 9:35 AM IST

thumbnail
ଡେରାଡୁନ: ଦୀର୍ଘ 28 ବର୍ଷ ପରେ ନିଜ ଗାଁକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ବର୍ତ୍ତମାନ ନିଜ ପୈତୃକ ଗାଁ ଉତ୍ତରାଖଣ୍ଡର ପଞ୍ଚୁର ଅଛନ୍ତି । ଗାଁକୁ ଯିବାର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାତଃ ଭ୍ରମଣରେ ବାହାରିଥିଲେ । ତାଙ୍କ ସହ ଗାଁର ଛୋଟ ଛୋଟ ପିଲା ଓ ମହିଳାମାନେ ମଧ୍ୟ ଭ୍ରମଣ କରିଥିଲେ । ଏହି ସମୟରେ ପିଲା ଓ ମହିଳାମାନେ ତାଙ୍କ ସହ ସେଲ୍‌ଫି ନେବାକୁ ଇଚ୍ଛା କରିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଇଚ୍ଛା ପୂରଣ କରିଥିଲେ । ସମସ୍ତଙ୍କ ସାଙ୍ଗରେ ସେଲ୍‌ଫି ନେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ । ପ୍ରାତଃ ଭ୍ରମଣ ସାରି ମୁଖ୍ୟମନ୍ତ୍ରୀ ଘରକୁ ଫେରିଥିଲେ । ସେଠାରେ ତାଙ୍କ ଉପରେ ପୁଷ୍ପବର୍ଷା କରାଯାଇ ଭବ୍ୟ ସ୍ବାଗତ କରାଯାଇଥିଲା । ଦେଖନ୍ତୁ ସେ ସମୟର ଦୃଶ୍ୟ
Last Updated : May 5, 2022, 9:35 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.