Watch Video: ପହଁରା ନ ଜାଣି ସମୁଦ୍ରକୁ ଡେଇଁଲେ ୩ ବନ୍ଧୁ, ସାଙ୍ଗ କରୁଥିଲେ ଭିଡିଓ - ୩ ଜଣ ବନ୍ଧୁ ଡେଇଁଥିଲେ ସମୁଦ୍ରକୁ
🎬 Watch Now: Feature Video
ଚେନ୍ନାଇ : ରବିବାର ଚେନ୍ନାଇ ସହରର ଟୋନଡିୟାରପେଟରେ ଘଟିଯାଇଛି ଅଘଟଣ । ୩ଜଣ ବନ୍ଧୁ ସ୍ଥାନୀୟ ଏକ ସମୁଦ୍ରକୁ ପହଁରିବା ଉଦ୍ଦେଶ୍ୟରେ ବିନା ସୁଇମିଙ୍ଗ କଷ୍ଟ୍ୟୁମରେ ଡେଇଁଥିଲେ । ହେଲେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ସୁସ୍ଥ ଭାବେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨ଜଣ ସମୁଦ୍ର ଭିତରେ ବୁଡ଼ି ଯାଇଥିଲେ । ଏଥିରେ ଜଣେ ୧୭ ବର୍ଷ ବାଳକର ମୃତ୍ୟୁ ଘଟିଥିବା ସୂଚନାରୁ ପ୍ରକାଶ । ତେବେ ୩ ଜଣ ନାବାଳକ ଥିବା ଜଣାପଡ଼ିଛି ।