WATCH Video: ବାଲୁକା କଳାରେ ଦ୍ରୌପଦୀଙ୍କୁ ଶୁଭକାମନା - ପୁରୀ ବେଳାଭୂମିରେ ଦ୍ରୌପଦୀଙ୍କ ବାଳୁକା କଳା
🎬 Watch Now: Feature Video
ପୁରୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କାରଣ ଏନଡିଏ ସମେତ ବିଜେଡି, ଜେଡିୟୁ, ଏଲଜେପି ଓ ୱାଇଏସଆର କଂଗ୍ରେସ ନିଜ ନିଜ ସମର୍ଥନ ଘୋଷଣା କରିଛନ୍ତି । ଏପରି ସ୍ଥଳେ ଓଡିଶାରୁ ପ୍ରଥମ ନାଗରିକ ଭାବେ ଦ୍ରୌପଦୀ ହେବେ ଦେଶର ପରବର୍ତ୍ତୀ ମହାମହିମ । ଯାହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ମୁହୁର୍ତ୍ତ । ଯେଉଁଥିରେ ସାମିଲ ହୋଇଛି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଦ୍ରୌପଦୀଙ୍କ ବାଳୁକା କଳା ନିର୍ମାଣ କରି ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି ସୁଦର୍ଶନ । ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।