Viral Video: ବିକ୍ରମଙ୍କ ବେତାଜ ସ୍ୱର, ଯାଦୁଗରୀ କଣ୍ଠରେ ଝୁମୁଛି ଦେଶ - ଏଜାତେ ହୁଏ ଲମହୋଁ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15823571-thumbnail-3x2-ff.jpg)
ହାଇଦ୍ରାବାଦ: ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ଯବାନ ବିକ୍ରମଜିତ ସିଂ ଗାଇଥିବା ଏଜାତେ ହୁଏ ଲମହୋଁ.. ଜରା ଠେହେରୋ... ମେଁ ଭି... ଗୀତ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପରି ଗୀତଟିକୁ ଗାଇଛନ୍ତି ଯବାନ ବିକ୍ରମଜିତ ସିଂ । ଗୀତଟି ଯଦିଓ ପୁରୁଣା । ତଥାପି ଜଣେ ଯବାନ ଯେଉଁଭଳି ଭାବେ ଦେଶଭକ୍ତିର ଭାବନାରେ ଗୀତ ଟିକୁ ଗାଉଛନ୍ତି ତାହା କୋଟି କୋଟି ଭାରତୀୟଙ୍କ ମନ କିଣି ନେଇଛି । ଏହାସହ ଦେଶର କଣ ଅନୁକୋଣରୁ ସାମାଜିକ ଗଣମାଧ୍ୟମରେ ଯବାନ ବିକ୍ରମଜିତ ସିଂଙ୍କ ନିକଟକୁ ଶୁଭେଛା ଛିଟିବାରେ ଲାଗିଛି । ଭିଡିଓକୁ ଆଇଟିବିପି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଛି । ଏହି ଗୀତଟି 1997 ମସିହାରେ ଫିଲ୍ମ ‘ବୋର୍ଡର’ ଜରିଆରେ ପରଦାକୁ ଆସିଥିଲା । ସେତେବେଳେ ମଧ୍ୟ ଫିଲ୍ମ ଟି ସଫଳତା ପାଇଥିଲା ।