Watch Video: ଭଉଣୀର ହାତ ଝୁଲଣାରେ ଝୁଲୁଛି ଭାଇ - ଭାଇ ଭଉଣୀଙ୍କ ସ୍ନେହ
🎬 Watch Now: Feature Video
ବାଲେଶ୍ବର: ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ଅତୁଟ ସମ୍ପର୍କ । ସେ ଏଭଳି ସମ୍ପର୍କ ଯାହାର ମୂଲ୍ୟ କେହି ଦେଇପାରିବେ ନାହିଁ । କେତେବେଳେ ଭାଇଟିଏ ସୁନା ଭଉଣୀ ପାଇଁ ହସିହସି ସବୁକିଛି କରିବାକୁ ପଛାଇନଥାଏ, ତ କେବେ ଭଉଣୀଟିଏ ମଧ୍ୟ ଭାଇ ପାଇଁ ଅନେକ କିଛି କରିଥାଏ । ଭାଇ-ଭଉଣୀଙ୍କ ଏଭଳି ସମ୍ପର୍କଭରା ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଭାଇକୁ ହାତରେ ଧରି ଯେମିତି ଭଉଣୀ ଗେଲ କରି ପକାଉଛି ଓ ଯେଉଁ ସ୍ନେହ ଅଜାଡି ଦେଉଛି ତାହା ବାସ୍ତବରେ ଏକ ସୁନ୍ଦର ମୁହୂର୍ତ୍ତ । ଭାଇ ଭଉଣୀ ଷ୍ଟେସନ ପରିସରରେ ଏମିତି ଖେଳ ଓ ସ୍ନେହ ବଣ୍ଟାବଣ୍ଟିକୁ ସେଠାରେ ବସିଥିବା ଜଣେ ଯାତ୍ରୀ ନିଜ ମୋବାଇଲରେ କଏଦ କରିଥିଲେ । ଯେଉଁ ଦୃଶ୍ୟ ବାସ୍ତବରେ ଅତୁଳନୀୟ । ଥରେ ନଜର ପକାନ୍ତୁ ସେହି ଭିଡ଼ିଓ ଉପରେ। ଇଟିଭି ଭାରତ, ବାଲେଶ୍ବର
Last Updated : Jul 10, 2022, 10:12 AM IST