ଦେବଦୂତ ସାଜିଲେ ଟ୍ରାଫିକ ପୋଲିସ, କାର ଆଗରୁ ଝିଙ୍କି ଆଣିଲେ ଶିଶୁର ଜୀବନ - କାଶୀପୁରର ଟ୍ରାଫିକ ପୋଲିସ ଅଧିକାରୀଙ୍କ ଦୁଃସାହସିକତା
🎬 Watch Now: Feature Video
ଡେରାଡୁନ: ଉତ୍ତରାଖଣ୍ଡ କାଶୀପୁରର ଟ୍ରାଫିକ ପୋଲିସ ଅଧିକାରୀ ସାଜିଲେ ଦେବଦୂତ । ରାସ୍ତା ମଝିରେ କାର ସମ୍ମୁଖରେ ଖସି ପଡ଼ିଥିବା ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି । ଏହି ଘଟଣା କାଶୀପୁରର ଚିମା ଚାରାହେଠାରେ ଘଟିଛି । ଏଠାରେ ଟ୍ରାଫିକ ପୋଲିସ ସୁନ୍ଦର ଲାଲ ଟ୍ରାଫିକ ବ୍ୟବସ୍ଥା ପରିଚାଳନା କରୁଥିଲେ । ଏହି ସମୟରେ ଗୋଟିଏ ଦିଗରୁ ଆସୁଥିବା କାରକୁ ଇ-ରିକ୍ସା ଡ୍ରାଇଭର ଅତିକ୍ରମ କରିବା ସହ କାର ଆଗକୁ ଆସିଯାଇଥିଲେ । ଏହି ସମୟରେ ଇ-ରିକ୍ସାରେ ଥିବା ଯାତ୍ରୀଙ୍କ କୋଳରେ ବସିଥିବା ନିରୀହ ଶିଶୁକନ୍ୟାଟି ମଝି ରାସ୍ତା ଉପରେ ଖସି ପଡ଼ିଥିଲା । ତା' ପରେ ଏକ ବସ୍ ଏବଂ କାର୍ ସାମ୍ନା ସାମ୍ନି ହୋଇଥିଲା । ଏହି ସମୟରେ ସୁନ୍ଦର ଲାଲ ନିଜ ଜୀବନକୁ ଖାତିରି ନକରି ବସ୍ ଏବଂ କାର ଆଗରୁ ଝିଅକୁ ଉଦ୍ଧାର କରିଥିଲେ । ଏହି ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।