ମଧୁ ସେତୁରେ ନାହିଁ ଆଲୋକୀକରଣ ବ୍ୟବସ୍ଥା, ଆଖିରେ କଳାପଟି ବାନ୍ଧି ପ୍ରତିବାଦ
🎬 Watch Now: Feature Video
କଟକ: ନୂଆପାଟଣା ଜାତୀୟ ରାଜପଥ ୫୫କୁ ସଂଯୋଗ କରୁଥିବା ମଧୁ ସେତୁରେ ନାହିଁ ଆଲୋକୀକରଣ ବ୍ୟବସ୍ଥା । ଫଳରେ ଏହି ବ୍ରିଜରେ ବଢୁଛି ଚୋରି, ରାହାଜାନୀ ଓ ଅନେକ ଅନୈତିକ କାରବାର । ଏନେଇ କଟକର ଜଣାଶୁଣା ସୁଭାଷ ସଙ୍ଗଠନ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି । ଆଖିରେ କଳାପଟି ବାନ୍ଧି ୨.୫ କିମି ପଦଯାତ୍ରାରେ ବ୍ରିଜର ଉଭୟ ପାର୍ଶ୍ବରେ ଥିବା ବାଲି ମାଟି ଏବଂ ଗଛକୁ ସଫା କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ହୋଇଥିବା ଏହି ବ୍ରିଜ ୨୦୧୮ ମସିହାରେ ଉଦ୍ଘାଟନ କରାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ ଏଠାରେ ଆଲୋକୀକରଣର ବ୍ୟବସ୍ଥା କରାଯାଇନାହିଁ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି ସଙ୍ଗଠନର ସଦସ୍ୟ ।
ଇଟିଭି ଭାରତ, କଟକ