thumbnail

କୋରୋନା ସହାୟତା: 1ଲକ୍ଷ ଦେଲେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା କମିଟି

By

Published : Apr 13, 2020, 7:17 PM IST

ସମ୍ବଲପୁର: ଚାରିଆଡେ ମହାମାରୀ କୋରୋନାର ଆତଙ୍କ । ମହାମାରୀ କୋରୋନାକୁ ନେଇ ସାରା ଭାରତରେ ଲକଡାଉନ ଘୋଷଣା କରାଯାଇଛି । ଶୀତଳଷଷ୍ଠୀ ଯାତ୍ରା କ୍ରିୟାନୁଷ୍ଟାନ କମିଟି ତରଫରୁ ମହାମାରୀ କୋରୋନାର ମୁକାବିଲା ପାଇଁ ସରକାରଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ପଠାଇଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ପିଏମ କେୟାର୍ସ ରିଲିଫ ପାଣ୍ଠି ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସମ୍ବଲପୁରର ମୁଦୀପଡା, ନନ୍ଦପଡା ଓ ଝାଡୁଆପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।ଅଧିକ ପଢନ୍ତୁ... ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.