thumbnail

By

Published : Jul 18, 2022, 4:04 PM IST

ETV Bharat / Videos

ରାଜ୍ୟସଭାରେ ଶପଥ ନେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲଗାତାର ଦ୍ଵିତୀୟ ଥର ପାଇଁ ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି ସସ୍ମିତ । ସସ୍ମିତ ଓଡ଼ିଆରେ ଶପଥ ପାଠ କରିଛନ୍ତି । କହିଛନ୍ତି, "ବିଧି ଦ୍ଵାରା ସ୍ଥାପିତ ସମ୍ବିଧାନ ପ୍ରତି ଶ୍ରଦ୍ଧା ଓ ନିଷ୍ଠା ରଖିବି । ଭାରତର ସାର୍ବଭୌମତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବି । ଯେଉଁ ଦାୟୀତ୍ୱ ଗ୍ରହଣ କରିବାକୁ ଯାଉଛି, ତାହାକୁ ଶ୍ରଦ୍ଧା ପୂର୍ବକ ନିର୍ବାହ କରିବି ।" ଏହାସହ ସସ୍ମିତ ପୁନର୍ବାର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ ହୋଇଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନରେ ସେ ସାମିଲ ହୋଇଛନ୍ତି । ରାଜ୍ୟସଭାରେ ନିଜ ପ୍ରଦର୍ଶନ ବଳରେ ସଭିଙ୍କୁ ବେଶ୍‌ ପ୍ରଭାବିତ କରିଥିଲେ ସସ୍ମିତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.