ଟ୍ରେନରେ ଚଢିବା ବେଳେ ଖସି ପଡିଲେ ଯାତ୍ରୀ, ମୃତ୍ୟୁମୁଖରୁ ଟାଣି ଆଣିଲେ RPF ଯବାନ - ଟ୍ରେନରେ ଚଢିବା ବେଳେ ଖସି ପଡିଲେ ଯାତ୍ରୀ
🎬 Watch Now: Feature Video
କଟକ: ଚଳନ୍ତା ଟ୍ରେନରେ ଚଢିବା ସମୟରେ ଟ୍ରେନରୁ ଖସି ପଡିଲେ ଯାତ୍ରୀ । ଦେବଦୂତ ସାଜି ମୃତ୍ୟୁମୁଖରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରେଳ ଷ୍ଟେସନରେ । ଶନିବାର ଅପରାହ୍ନ ପ୍ରାୟ 5ଟା ସମୟରେ କଟକ ଷ୍ଟେସନର ପ୍ଲାଟଫର୍ମ ନମ୍ବର 1ରେ ଛିଡା ହୋଇ ରହିଥିବା ପୁରୀ-ପାଟଣା ଏକ୍ସପ୍ରେସ ଷ୍ଟେସନ ଛାଡୁ ଥିବା ସମୟରେ ଅରୂପ କୁଣ୍ଡୁ ନାମକ ଜଣେ ଯାତ୍ରୀ ତରବରିଆ ଭାବେ ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏହି ସମୟରେ ଅରୂପଙ୍କ ଗୋଡ଼ ଖସି ଯିବାରୁ ସେ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଫସି ଯାଇଥିଲେ । ଏହା ଦେଖି ସେଠାରେ ଡ୍ୟୁଟି କରୁଥିବା ଦୁଇ RPF ଯବାନ ସେହି ସ୍ଥାନକୁ ଧାଇଁ ଯାଇ ଅରୂପଙ୍କୁ ଉଦ୍ଧାର କରିଥିଲେ । ଏହି ପୁରା ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ କିପରି ମୃତ୍ୟୁମୁଖରୁ ଯାତ୍ରୀ ଟାଣି ଆଣିଲେ RPF ଯବାନ