ଯୁବତୀଙ୍କୁ ରାସ୍ତାରେ ଘୋଷାଡି ନେଲା ଅଟୋ ଡ୍ରାଇଭର, ଭିଡିଓ ଭାଇରାଲ - ଯୁବତୀଙ୍କୁ ଅଟୋ ଡ୍ରାଇଭରର ଅସଦାଚରଣ
🎬 Watch Now: Feature Video
ରାସ୍ତା ଉପରେ ଯୁବତୀଙ୍କୁ ଅଟୋ ଡ୍ରାଇଭରର ଅସଦାଚରଣ । ପ୍ରଥମେ ଟଣାଟଣି କରିବା ପରେ ରାସ୍ତାରେ ଘୋଷାଡି ନେଲା ଡ୍ରାଇଭର । ମହାରାଷ୍ଟ୍ର ଥାନେ ସହରରୁ ଏହି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଶୁକ୍ରବାର ସକାଳେ ଜଣେ କଲେଜ ଛାତ୍ରୀ ଥାନେ ଷ୍ଟେସନ ରୋଡ ନିକଟରେ ଛିଡା ହୋଇଥିବାବେଳେ, ଅଟୋ ଡ୍ରାଇଭର ତାଙ୍କ ସହ ଅସଦାଚରଣ କରିଥିଲା । ଜୋର ଜବରଦସ୍ତ ଯୁବତୀଙ୍କ ହାତ ଟାଣି ଅଟୋରେ ବସାଇବାକୁ ଚେଷ୍ଟା କରିଥିଲା । ସେ ଖସି ଯିବାକୁ ଚେଷ୍ଟା କରିବାରୁ ତାଙ୍କୁ ରାସ୍ତା ଉପରେ ଘୋଷାଡି ନେଇଥିଲା ଅଟୋ ଡ୍ରାଇଭର । ଫଳରେ କିଛି ବାଟ ପରେ ଯୁବତୀ ରାସ୍ତାରେ କଚାଡି ହୋଇ ପଡିଥିଲେ ଏବଂ ଆହତ ହୋଇଥିଲେ । ଏ ପୁରା ଘଟଣାର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ପୀଡିତା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।