ହରିବୋଲ କ୍ଷେତ୍ରରେ ରଥ ଯାତ୍ରା ଅନୁଷ୍ଠିତ, ଛେରାପହଁରା କଲେ ଜିଲ୍ଲାପାଳ - ଭଦ୍ରକ ଜିଲ୍ଲାପାଳଙ୍କ ଜିଲ୍ଲାପାଳଙ୍କ
🎬 Watch Now: Feature Video
ଭଦ୍ରକ: ଆଜି ପବିତ୍ର ଘୋଷ ଯାତ୍ରା । ଏନେଇ ଭଦ୍ରକ ବ୍ଲକ ଅଧିନସ୍ଥ କେଶପୁର ଠାରେ ଥିବା ହରିବୋଲ କ୍ଷେତ୍ର ଠାରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ସ୍ୱତନ୍ତ ପୂଜା ନୀତି ପରେ ପହଣ୍ଡି ବିଜେ କରାଯାଇଥିଲା । ଏଥିରେ ଭଦ୍ରକ ଜିଲ୍ଲାପାଳ ଶୀଧେଶ୍ଵର ବଳିରାମ ବନ୍ଦୋର ଯୋଗ ଦେଇ ପ୍ରଥା ଓ ପରମ୍ପରା ଅନୁଯାଇ ତିନି ଠାକୁରଙ୍କ ଛେରାପହଁରା କରିଥିଲେ । ପରେ ତିନି ଠାକୁରଙ୍କୁ ରଥାରୁଢ଼ କରାଯାଇଥିଲା । ଶେଷରେ ରଥ ଟଣାଯାଇଥିଲା । ତେବେ ଏଠାରେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିଥିଲେ । ଇଟିଭି ଭାରତ, ଭଦ୍ରକ