କେରଳରେ PFIର ହରତାଳ, ହେଲମେଟ ପିନ୍ଧି ବସ ଚଳାଇଲେ ଡ୍ରାଇଭର
🎬 Watch Now: Feature Video
ଥିରୁଅନନ୍ତପୁରମ: ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ NIA ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆର 100ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା । ଏହି ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପକ୍ଷରୁ କେରଳରେ ହରତାଳ ଦେଖିବାକୁ ମିଳିଛି । ଆନ୍ଦୋଳନ ସମର୍ଥକମାନେ କେଏସଆରଟିସି ବସକୁ ଅଟକାଇ ପଥର ମାଡ଼ କରୁଛନ୍ତି । ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଜଣେ ବସ ଡ୍ରାଇଭର ହେଲମେଟ ପିନ୍ଧି ଗାଡ଼ି ଚଳାଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ