ETV Bharat / state

୧୬ ଜିଲ୍ଲାରେ ବର୍ଷିବ, ଆଗାମୀ ୩ ଦିନ ବର୍ଷା ନେଇ IMDର ପୂର୍ବାନୁମାନ - ODISHA WEATHER LATEST UPDATE

ସମ୍ଭାବ୍ୟ ବାତ୍ୟା 'ପେଙ୍ଗାଲ' ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଆଗାମୀ ୩ ଦିନ ରାଜ୍ୟରେ ବର୍ଷା ଲାଗି ରହିବ । ୨୯ ତାରିଖରେ ୧୬ ଜିଲ୍ଲାରେ ବର୍ଷା ହେବ ।

IMD Weather Update
IMD Weather Update (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 6:13 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ସମ୍ଭାବ୍ୟ ବାତ୍ୟା ବର୍ତ୍ତମାନ ଗଭୀର ଅବପାତରେ ସକ୍ରିୟ ରହିଥିବା ବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଏହି ଗଭୀର ଅବପାତ । ଉତ୍ତର ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ସହ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ ବା ସ୍ଥଳଭାଗ ଛୁଇଁବ । ବାତ୍ୟାର ରୂପ ନେଲା ପରେ ଏହାର ନାଁ ରହିବ 'ଫେଙ୍ଗାଲ' । ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନାହିଁ । ମାତ୍ର ପୂର୍ବ ଉତ୍ତର-ପୂର୍ବ ଦିଗରୁ ଓଡ଼ିଶା ମଧ୍ୟକୁ ପବନ ପ୍ରବାହିତ ହେବ । ବଙ୍ଗୋପସାଗରରୁ କିଛି କିଛି ଆର୍ଦ୍ରତା ରାଜ୍ୟ ମଧ୍ୟକୁ ଆସିବ । ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହେବା ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ ।

୩ ଦିନ ଭିଜିବ:

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ଵର୍ଷା ହେବାକୁ ଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତାକାଲି (ଗୁରୁବାର) ୬ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଗଜପତି । ସେହିପରି ୨୯ ତାରିଖରେ (ଶୁକ୍ରବାର) ୧୬ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ । ସେହିପରି ୩୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।

IMD Weather Update (ETV Bharat Odisha)
ଏହାମଧ୍ୟ ପଢ଼ନ୍ତୁ...ଉପକୂଳ ମୁହାଁ ବାତ୍ୟା 'ଫେଙ୍ଗାଲ': ତାମିଲନାଡୁରେ ଆଲର୍ଟ, ଓଡ଼ିଶାରେ ବର୍ଷା ସମ୍ଭାବନା
  • ୨୮ ତାରିଖ ବର୍ଷା:

ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଗଜପତି

  • ୨୯ ତାରିଖ ବର୍ଷା:

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ।

  • ୩୦ ତାରିଖ ବର୍ଷା:

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ

ଏହାମଧ୍ୟ ପଢ଼ନ୍ତୁ...IMD ପୂର୍ବାନୁମାନ: ଓଡ଼ିଶାରେ କାଲିଠୁ ବର୍ଷା, ବଙ୍ଗୋପସାଗରରେ ଗଭୀର ଅବପାତ

ଏହାମଧ୍ୟ ପଢ଼ନ୍ତୁ...ଅବପାତରେ ପରିଣତ ହେଲା ଲଘୁଚାପ, ୪ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା

କମିବ ଦିନ ତାପମାତ୍ରା:

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାର, ଆଗାମୀ ୨ରୁ ୩ ଦିନ ପାଇଁ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ପରେ ଅର୍ଥାତ ୨ ଦିନ ପରେ ପାଗରେ କୌଣସି ପରିବର୍ତ୍ତନ ହେବାର ନାହିଁ । କିନ୍ତୁ ବର୍ଷା ହେବା ପରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସହ ଶୀତ ଅନୁଭୂତ ହେବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୮.୪ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫.୭ ରହିଥିବା ବେଳେ କଟକରେ ୧୫.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.