ETV Bharat / state

ଫେରିଲେ ସୁଜାତା, ବିଜେଡି ମାର୍କା ଅଫିସର ଉପରେ କଠୋର ହେବେ କି ମୋହନ ମାଝୀ ସରକାର ? - SUJATA KARTHIKEYAN RETURNS

6 ମାସ ଛୁଟି କାଟି କାର୍ଯ୍ୟକୁ ଫେରିଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ବର୍ତ୍ତମାନ ମୋହନ ମାଝୀ ସରକାରଙ୍କ ଆକ୍ସନ ଉପରେ ନଜର ।

sujata karthikeyan returns
sujata karthikeyan returns (ETV Bharat Odisha)
author img

By ETV Bharat Odisha Team

Published : Nov 27, 2024, 6:30 PM IST

ଭୁବନେଶ୍ୱର: ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ବରିଷ୍ଠ ପ୍ରଶାସିକା ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ । ପୁନର୍ବାର ୬ ମାସ ଛୁଟି ଆବେଦନ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ସୁଜାତା । ଆଗାମୀ ଦିନରେ ସୁଜାତାଙ୍କୁ ନେଇ ମୋହନ ସରକାରଙ୍କ ଆଭିମୁଖ୍ୟ ଓ ସୁଜାତାଙ୍କ ପଦକ୍ଷେପ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

କାର୍ଯ୍ୟରେ ଯୋଗ ଦେଲେ ସୁଜାତା-
କାର୍ଯ୍ୟରେ ଯୋଗଦେଲେ ବରିଷ୍ଠ ଆଇଏଏସ ସୁଜାତା ଆର. କାର୍ତ୍ତିକେୟନ । ୬ ମାସ ଛୁଟିରୁ ଫେରିବା ପରେ ଆଜି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା । ସୁଜାତାଙ୍କ ପୁନର୍ବାର ୬ ମାସ ଛୁଟି ଆବେଦନକୁ ମୋହନ ସରକାର ଗତକାଲି ଅଗ୍ରାହ୍ୟ କରିଦେଇଥିଲେ । ଛୁଟି ଅବଧୀ ସମ୍ପୂର୍ଣ୍ଣ ହେବା ପରେ ଆଜି କାର୍ଯ୍ୟରେ ଯୋଗ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ମନୋଜ ମହାନ୍ତି ଚିଠି ଲେଖି ସୁଜାତାଙ୍କୁ ଅବଗତ କରିଥିଲେ ।

sujata karthikeyan returns
sujata karthikeyan returns (ETV Bharat Odisha)

ଏହା ବି ପଢନ୍ତୁ- ସୁଜାତାଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ କଲେ ମୋହନ ମାଝୀ ସରକାର

ଏହା ବି ପଢନ୍ତୁ- ଝିଅର ମାଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ - Sujata Karthikeyan on Leave

ଓଡିଶା କ୍ୟାଡର ଚର୍ଚ୍ଚିତ ଅଧିକାରୀ-
ରାଜ୍ୟରେ ଅଛନ୍ତି ପ୍ରାୟ ୧୯୦ ଜଣ ସର୍ବଭାରତୀୟ ସେବା ଅଧିକାରୀ ଓ ଅଧିକାରିଣୀ । ସମସ୍ତଙ୍କ ମଧ୍ୟରୁ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ଅଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ । ୨୦୦୦ ବ୍ୟାଚର ଓଡିଶା କ୍ୟାଡର ଏହି ଅଫିସରଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା । ନବୀନ ସରକାର ସମୟରେ ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ଥିବା ସୁଜାତାଙ୍କ ପୁନର୍ବାର ଛୁଟି ଆବେଦନକୁ ମୋହନ ସରକାର ଅଗ୍ରାହ୍ୟ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି ସୁଜାତା । ସ୍ୱଳ୍ପ ସମୟ ଲାଗି ବିଧିବଦ୍ଧ ଭାବେ ପ୍ରତ୍ୟକ୍ଷ ରାଜନୀତିରେ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ।

ବିଜେଡିର ଭୋଟ ବ୍ୟାଙ୍କ ସୁଦୃଢ କରୁଥିବା ଅଭିଯୋଗ-
ସୁଜାତା ଦୀର୍ଘ ସମୟ ଧରି ନବୀନ ସରକାର ସମୟରେ ଗଠନ ହୋଇଥିବା ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ମିଶନ ଶକ୍ତି ବିଭାଗ ଜରିଆରେ ୬ ଲକ୍ଷ ଗ୍ରୁପରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରି ବିଜେଡିର ଭୋଟ ବ୍ୟାଙ୍କ ସୁଦୃଢ କରିବା ଅଭିଯୋଗ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ଅଭିଯୋଗରେ ସୁଜାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ହଟାଇ ଅର୍ଥ ବିଭାଗକୁ ବଦଳି କରିଥିଲେ । ୬ ମାସିଆ ଛୁଟିରେ ଯିବା ପୂର୍ବରୁ ସୁଜାତା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ଦ୍ଵନ୍ଦ୍ୱରେ ଥିଲା ଛୁଟି ଆବେଦନ ଓ ପ୍ରଦାନ-
ସାଧାରଣ ନିର୍ବାଚନ ୨୦୨୪ ଫଳାଫଳ ଜୁନ ୪ ତାରିଖରେ ପ୍ରକାଶ ପାଇଥିଲା । ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହା ପରେ ସୁଜାତା ଛୁଟିରେ ଯାଇଥିଲେ । କିନ୍ତୁ ସୁଜାତା ଛୁଟିରେ ଯାଇଥିବା ନେଇ ଜୁନ ୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଥିଲା । ସୁଜାତାଙ୍କୁ ପିଛିଲା ଭାବେ ମେ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଛୁଟି ଦିଆଯାଇଥିବା ନେଇ ଦର୍ଶାଯାଇଥିଲା । ଯାହାକୁ ନେଇ ସନ୍ଦେହ ଓ ଦ୍ଵନ୍ଦ୍ୱ ସୃଷ୍ଟି ହୋଇଥିଲା । ସନ୍ତାନ ଯତ୍ନ ପାଇଁ ସୁଜାତାଙ୍କ ୧୮୦ ଦିନର ଛୁଟି ଆବେଦନକୁ ଗ୍ରହଣ କରିଥିଲେ ସରକାର । ସର୍ବଭାରତୀୟ ସେବା ରୁଲସ - ୧୯୫୫ର ରୁଲ - ୧୮(ଘ) ଅନୁସାରେ ଝିଅର ଦଶମ ପରୀକ୍ଷା ପାଇଁ ସୁଜାତାଙ୍କ ଛୁଟି ଆବେଦନ ଗ୍ରହଣ ହୋଇଥିଲା ।

ବିଜେଡି ମାର୍କ୍କା ଅଫିସର ଉପରେ କଠୋର ହେଉଛନ୍ତି ମୋହନ ସରକାର-
ବିଜେଡି ମାର୍କା ଅଫିସର ଉପରେ ମୋହନ ସରକାର କଠୋର ହେଉଛନ୍ତି । ନବୀନ ସରକାର ସମୟରେ ଅଖଣ୍ଡ କ୍ଷମତା ଉପଭୋଗ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର । କିଛି ଅଧିକାରୀଙ୍କୁ ଓଏସଡି କରିବା ସହ ଆଉ କିଛି ଅଧିକାରୀଙ୍କୁ ଲୋକସେବା ଭବନ ବାହାରକୁ ପଠେଇଛନ୍ତି ନୂଆ ସରକାର । ଏକଦା ପାୱାର କରିଡରରେ ଦବଦବା ରଖିଥିବା ଆଇପିଏସ ଡିଏସ କୁଟ୍ଟେ, ଆଶିଷ ସିଂଙ୍କ ପରି ଅଧିକାରୀ ଗୃହ ବିଭାଗର ଓଏସଡି ଭାବେ ବସେଇ ଦେଇଛନ୍ତି । ସେହିପରି ରୂପା ରୋଷନ ସାହୁଙ୍କୁ ଆରଡ଼ିସି କରି ଦକ୍ଷିଣାଞ୍ଚଳ ପଠେଇ ଦେଉଛନ୍ତି । ତେଣୁ ଏହି କ୍ରମରେ ସୁଜାତାଙ୍କୁ ନେଇ ମୋହନ ସରକାରଙ୍କ ଆଭିମୁଖ୍ୟ କଣ ରହିବ, ତାହା ଉପରେ ନଜର ରହିଛି ।

କଣ ରହିବ ସୁଜାତାଙ୍କ ପଦକ୍ଷେପ ?
ପୁନର୍ବାର ୬ ମାସ ଛୁଟି ଆବେଦନ ଅଗ୍ରାହ୍ୟ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା । ସର୍ବଭାରତୀୟ ସେବା ରୁଲସ ଅନୁସାରେ ସୁଜାତାଙ୍କ ନିକଟରେ ରହିଛି ଅନେକ ବିକଳ୍ପ ବ୍ୟବସ୍ଥା । ଛୁଟି ନେବା ଜରୁରୀ ଥିଲେ ପ୍ରକୃଷ୍ଟ କାରଣ ଓ ଆବଶ୍ୟକତା ଦର୍ଶାଇ ପୁନର୍ବାର ସେ ଛୁଟି ଆବେଦନ କରିପାରିବେ । ଯଦି ସେ ରାଜ୍ୟରେ କାର୍ଯ୍ୟ କରିବାକୁ ନ ଚାହଁନ୍ତି, ତେବେ ସେ କେନ୍ଦ୍ରୀୟ ଡେପ୍ୟୁଟେସନ ଲାଗି ଆବେଦନ କରିପାରିବେ । ଚାକିରୀ କାଳ ୨୦ ବର୍ଷ ଅତିକ୍ରାନ୍ତ ହୋଇଥିବାରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ମଧ୍ୟ ପାରିବେ ।

ସଠିକ କାରଣ ଦର୍ଶାଇ ଛୁଟିରେ ରହିବା ଅଧିକାର ରହିଛି-
ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, "ପ୍ରତ୍ୟେକ ସରକାରୀ ଅଧିକାରୀଙ୍କ ଲାଗି ସରକାରୀ ନିୟମାବଳୀ ବା ସର୍ତ୍ତାବଳୀ ରହିଛି । ଜରୁରୀ କାର୍ଯ୍ୟ ଲାଗି ସରକାରୀ ଅଧିକାରୀ ଛୁଟିରେ ରହିପାରିବେ । ଅନୁମତି ନହୋଇ ଛୁଟିରେ ରହିଲେ ଦରମା କଟିବ । ବିନା ଅନୁମତିରେ ଛୁଟିରେ ରହିଲେ ସରକାର କାରଣ ଦର୍ଶାଅ ନୋଟିସ କରିବେ । ବିନା ଅନୁମତିରେ ଛୁଟିରେ ଥିବାରୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନିଆଯିବ ସେ ନେଇ ରିପୋର୍ଟ ଦେବାକୁ ପଡିବ । ସଠିକ କାରଣ ଦର୍ଶାଇ ଛୁଟିରେ ରହିବା ଅଧିକାର ରହିଛି । ଯଦି ସେ ଆଗାମୀ ଦିନରେ ସ୍ୱେଚ୍ଛାକୃତ ଅବସର ନେବାକୁ ଚାହିଁବେ, ସେ ନେଇପାରିବେ ।"

ସୁଜାତାଙ୍କ ପଖାରେ ଅଛି ଅନେକ ବିକଳ୍ପ-
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ସୁଜାତା ଯଦି ଛୁଟି ନେବାକୁ ଚାହିଁବେ, ତେବେ ସେ ଆଇନଗତ ଦିଗ ଉପରେ ନଜର ରଖିଥିବେ । ସର୍ବଭାରତୀୟ ସର୍ଭିସ ରୂଲର ବ୍ୟବସ୍ଥା ଅନୁସାରେ ସୁଜାତାଙ୍କ ଲାଗି ଅନେକ ବିକଳ୍ପ ବାଟ ରହିଛି । ତାଙ୍କର ଶେଷ ବିକଳ୍ପ ହେଉଛି ସ୍ୱେଚ୍ଛାକୃତ ଅବସର ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.