ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

By

Published : Aug 22, 2022, 7:11 AM IST

thumbnail
ପୁରୀ: ଜଗତର ନାଥ ଜଗନ୍ନାଥ । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ମହାପ୍ରଭୁ । ସେହି ପ୍ରଭୁ ପତିତପାବନଙ୍କ ସବୁଦିନ ପରି ଆଜି ବି ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ଓଁ ନମୋଃ ଭଗବତେ ବାସୁଦେବାୟ ମନ୍ତ୍ର ଉଚ୍ଚାରଣ ସହ ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ପ୍ରଭୁ ପତିତପାବନଙ୍କ ଆଳତୀ କରିଛନ୍ତି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.