ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

By

Published : Aug 28, 2022, 7:06 AM IST

Updated : Aug 28, 2022, 7:38 AM IST

thumbnail
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ଭାବବିନୋଦିଆ ଓ ଭକ୍ତବତ୍ସଳ କାଳିଆ ଠାକୁର । ଜଗାର ଗୋଟିଏ ମାତ୍ର ଝଲକ ପାଇବା ପାଇଁ ଭକ୍ତର ମନ ବ୍ୟଥିତ ହୋଇଯାଏ । ଶ୍ରୀକ୍ଷେତ୍ରକୁ ଡୋରି ନ ଲାଗିଲେ ବାଇଶି ପାହାଚେ ପାଦ ରଖିବା ସମ୍ଭବ ନୁହେଁ । ସେହି କପଟିଆ କାଳିଆ ପାଖରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମଙ୍ଗଳ ଆଳତୀ । ବଢି ଭୋରୁ ପୂଜା ପଣ୍ଡାଙ୍କ ମନ୍ତ୍ର, ହରିବୋଲରେ ପ୍ରକମ୍ପିତ ମନ୍ଦିର ପରିବେଶ । ଧୂପ ଓ ଦୀପରେ ମହକୁଛି ମନ୍ଦିର ବେଢା । ଜଗତବାସୀଙ୍କ କଲ୍ୟାଣ ପାଇଁ ପତିତପାବନଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ସକାଳୁ ସକାଳୁ ଏହି ଆଳତୀ ଦର୍ଶନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Aug 28, 2022, 7:38 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.