thumbnail

By

Published : Oct 4, 2022, 10:12 PM IST

ETV Bharat / Videos

ନବମୀରେ କାହିଁକି ମା’ଙ୍କ ପାଖରେ ମାଛ ଭୋଗ ଲାଗୁ କରାଯାଏ ? ଜାଣନ୍ତୁ

କଟକ: ମହାନବମୀରେ ମା ଦୁର୍ଗାଙ୍କ ପାଖରେ ଲାଗୁ କରାଯାଏ ମାଛ ଭୋଗ । କଥାଟା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଚାନ୍ଦୀନିଚୌକ ପୂଜା ମଣ୍ଡପରେ ନବମୀରେ ମାଛ ଭୋଗ ଲାଗୁ କରାଯାଏ । ଏହି ଭୋଗକୁ ଲୋକଙ୍କୁ ବାଣ୍ଟିବାର ପରମ୍ପରା ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ହେଉଛି ମାଙ୍କ ପ୍ରସାଦ ମାଟି କୁଡ଼ୁଆରେ ବଣ୍ଟାଯାଏ । ଏହି ପରମ୍ପରା ଏବେକାର ନୁହେଁ ଏହି ପରମ୍ପରା ପ୍ରାୟ ଦୁଇ ଶହ ବର୍ଷର ଅଟେ । କେବଳ ସାହି ଲୋକଙ୍କୁ ନୁହେଁ ବରଂ ୧୦ ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ମାଛ ଭୋଗ । ଅନ୍ନ ପ୍ରସାଦ ସହ, ଡାଲି, ଖଟା, ଖିରି ମଧ୍ୟ ଭକ୍ତମାନଙ୍କୁ ବଣ୍ଟା ଯାଇଥାଏ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.