ମା'ଙ୍କ ମହାନବମୀ, ହେମସୁରପଡା ମଣ୍ଡପରେ ଏକାଠି ପୂଜା କରୁଛନ୍ତି ହିନ୍ଦୁ-ମୁସଲିମ

By

Published : Oct 4, 2022, 3:45 PM IST

thumbnail

ଅନୁଗୋଳ: ଆଜିମହାମୟୀଙ୍କ ମହାନବମୀ । ଅନୁଗୋଳ ସହରର ୧୧ଟି ପୂଜା ମଣ୍ଡପ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୀତିନୀତି ଅନୁସାରେ ଚାଲିଛି ମହାନବମୀ ପୂଜା। ଅନୁଗୋଳ ହେମସୁରପଡା ପୂଜା ମଣ୍ଡପରେ ସକାଳୁ ବିଧି ଅନୁସାରେ ମା'ଙ୍କର ନବମୀ ପୂଜା ଆରମ୍ଭ ହୋଇ ଯାଇଛି। ହେମସୁରପଡା ପୂଜା ମଣ୍ଡପର ଏକ ସ୍ୱତନ୍ତ୍ରତା ରହିଛି। ଏହି ମଣ୍ଡପରେ ୫୮ବର୍ଷ ହେଲା ମାଙ୍କୁ ପୂଜା କରାଯାଉଛି। ଏଠାରେ ଭାଇଚାରାର ନିଦର୍ଶନ ମଧ୍ୟ ଦେଖିବାକୁ ମିଳେ। ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଏକାଠି ଦୁର୍ଗା ପୂଜା କରିଥାନ୍ତି। ମୁସଲିମ ମାନେ ପୂଜା କମିଟିର ସଦସ୍ୟ ମଧ୍ୟ ରହି ଆସୁଛନ୍ତି। ହେମସୁରପଡା ପୂଜା କମିଟିର ରାବଣ ପୋଡ଼ି ପ୍ରମୁଖ ଆକର୍ଷଣ ହୋଇଥାଏ। ଏହାଛଡା ଭଷାଣ ଉତ୍ସବ ସବୁଠାରୁ ନିଆରା। ଛତି, ତରାଟ, ଲଉଡି ଖେଳ, ମୃଦଙ୍ଗ ବାଦ୍ୟ, ଢୋଲ ବାଦ୍ୟ, ବାଘ ନାଟ ସମେତ ଭସାଣ ଉତ୍ସବରେ ସାମିଲ କରାଯାଏ। ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.