କୁଆଖାଇ ନଦୀରେ ମା’ଙ୍କୁ ମେଲାଣି - କୁଆଖାଇ ନଦୀ ପଠାରେ ମାଆଙ୍କ ମେଲାଣି
🎬 Watch Now: Feature Video
ଭୁବନେଶ୍ବର: ସରିଲା ଦଶହରା । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ଦେବୀ ଦଶଭୂଜାଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ (Devotees bid farewell to Maa Durga) । ପୁଣି ଆରବର୍ଷକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ତେବେ କୁଆଖାଇ ନଦୀ ପଠାରେ ଆଜି ମା’ଙ୍କ ମେଲାଣି ଦୃଶ୍ୟ ସମସ୍ତଙ୍କୁ ବିଭୋର କରିଥିଲା । ଏଠାରେ ରେଳ ବିହାର ୟୁନିଟ-୨ ପୂଜା କମିଟି ମାଆଙ୍କ ମେଲାଣିକୁ ଅତି ଧୁମଧାମର ସହ ପାଳନ କରିଥିଲେ । ଗତ ୨୫ ବର୍ଷ ହେବ ଏଠାରେ ଦୁର୍ଗାପୂଜା ପାଳନ ହୋଇଆସୁଛି । ତେବେ ଏବର୍ଷ ଏହାର ୨୫ତମ ସିଲଭର ଜୁବଲି ପାଳନ କରିଛି ରେଳ ବିହାର କଲୋନୀ । ଇଟିଭି ଭାରତ, ଭୁବନେଶ୍ବର