Watch Video: ଶିଶୁକୁ ନିର୍ଦ୍ଦୟ ଭାବେ ପିଟିଲେ ଜମ୍ମୁ ମହିଳା, ଭିଡ଼ିଓ ଭାଇରାଲ
🎬 Watch Now: Feature Video
ଶ୍ରୀନଗର: ସାଧାରଣତଃ ଶିଶୁଙ୍କୁ ଦେଖିବା ମାତ୍ରେ ମନରେ ସ୍ନେହ, ପ୍ରେମଭାବ ଜାଗ୍ରତ ହୁଏ । ଶିଶୁ କୋମଳମତି ହୋଇଥିବାବେଳେ ତାଙ୍କର ପ୍ରତିଟି କାର୍ଯ୍ୟକଳାପ ଅନ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ । ଚିହ୍ନା ହେଉ କି ଅଚିହ୍ନା ପ୍ରତିଟି ଶିଶୁ ଶ୍ରଦ୍ଧା, ସ୍ନେହଭାବ ପାଇବାର ହକଦାର ହୋଇଥାଏ । ହେଲେ ଏଠାରେ ଏକ କୋମଳମତି ଶିଶୁ ପ୍ରତି ମହିଳାଙ୍କ ବ୍ୟବହାର ସମସ୍ତ ସୀମା ଅତିକ୍ରମ କରିଛି । ଜଣେ ମହିଳା ଏପରି ନିର୍ଦ୍ଦୟ କିପରି ହୋଇପାରେ ତାହାକୁ ନେଇ ମନରେ ସୃଷ୍ଟି ହେଉଛି ପ୍ରଶ୍ନ । ଭିଡ଼ିଓ ଦେଖିବା ମାତ୍ରେ ମନ ସଙ୍ଗେ ସଙ୍ଗେ ବିଚଳିତ ହେଉଛି । ଏଠାରେ ଜମ୍ମୁକାଶ୍ମୀର ସମ୍ବା ଅଞ୍ଚଳର ଜଣେ ମହିଳା ନିଜ କୋଳରେ ଶୋଇଥିବା ଶିଶୁକୁ ନିର୍ମମ ଭାବେ ମାଡ ମାରୁଛନ୍ତି । ସେ କାନ୍ଦୁଥିବା ଯୋଗୁଁ ଏପରି ନିର୍ଦ୍ଦୟ ବ୍ୟବହାର କରୁଛନ୍ତି ଉକ୍ତ ମହିଳା । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ମହିଳା ଜଣକ ସମ୍ବାର କମିଲା ପୁରମଣ୍ଡଳର ଅଧିବାସୀ ମାନ ସିଂଙ୍କ ପତ୍ନୀ ପ୍ରୀତି ଶର୍ମା ବୋଲି ଜଣାପଡ଼ିଛି । ପୁରମଣ୍ଡଳ ପୋଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।