ଝାରସୁଗୁଡ଼ାରେ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ - ଝାରସୁଗୁଡ଼ାରେ ସ୍ବାଧୀନତା ଦିବସ ଦିବସ ପାଳିତ
🎬 Watch Now: Feature Video
ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଏହି କ୍ରମରେ ଝାରସୁଗୁଡ଼ା ସହର ସ୍ଥିତ ମନମୋହନ ସ୍କୁଲ ପଡ଼ିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏ ଅବସରରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ । ଜିଲ୍ଲାର ବିକାଶ ପାଇଁ ସରକାରୀ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଉଥିବା ମଧ୍ୟ ସେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ମଧ୍ୟ ଉପସ୍ଥିତ ଥିଲେ । ଏହାସହ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଇଟିଭି ଭାରତ, ଝାରସୁଗୁଡା