‘ସବୁ କୋରୋନା ରୋଗୀଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ନାହିଁ’ - ସାମ୍ବାଦିକ ସମ୍ମିଳନୀ

🎬 Watch Now: Feature Video

thumbnail

By

Published : May 7, 2021, 5:59 PM IST

Updated : May 7, 2021, 6:41 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗର ସାମ୍ବାଦିକ ସମ୍ମିଳନୀ । କୋରୋନାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରିଛନ୍ତି ବିଭିନ୍ନ ବିଶେଷଜ୍ଞ । ଏହା ଏକ ଭୂତାଣୁ ଜନିତ ରୋଗ । ତେଣୁ ଅଧିକ ଔଷଧ ଖାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଫେସର ଜୟନ୍ତ ପଣ୍ଡା ପରାମର୍ଶ ଦଇଛନ୍ତି । ସେହିପରି କୋରୋନା ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତାକୁ ନେଇ ବିଶେଷଜ୍ଞ କହିଛନ୍ତି ଯେ, ସବୁ କୋରୋନା ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ନଥାଏ । ଅକ୍ସିଜେନର ମାତ୍ରା 94ରୁ ତଳକୁ ଖସିଲେ ଡାକ୍ତର ପରାମର୍ଶ କରାନ୍ତୁ । ଶରୀରରେ ଅକ୍ସିଜେନ ମାତ୍ରା ଜାଣିବା ପାଇଁ ପଲ୍ସ ଅକ୍ସିମିଟରକୁ ମଧ୍ୟମ ଆଙ୍ଗୁଠି କିମ୍ବା ଡାହାଣ ହାତର ଆଙ୍ଗୁଠିରେ ବ୍ୟବହାର କରାଯିବା ଉଚିତ ବୋଲି ଛାତି ବିଶେଷଜ୍ଞ ଡ. କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : May 7, 2021, 6:41 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.