Exclusive: 2024 ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି, ଖୁବଶୀଘ୍ର ହେବ PCC ଘୋଷଣା: ଚେଲ୍ଲାକୁମାର
🎬 Watch Now: Feature Video
ଭୁବନେଶ୍ବର: ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଇଟିଭି ଭାରତକୁ Exclusive ପ୍ରତିକ୍ରିୟା । ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇସାରିଛନ୍ତି, ତାଙ୍କ ବଦଳରେ ଆମକୁ ଅନ୍ୟ କାହାକୁ ପିସିସି ମୁଖିଆ ଭାବେ ବିଛିବାକୁ ପଡିବ । ନୂଆ ପିସିସି ସଭାପତି ପାଇଁ ଏବେଠୁ ପ୍ରକ୍ରିୟା ଆରମ୍ଭ ହୋଇଛି, ବିଧାୟକ ଓ ବରିଷ୍ଠ ନେତା ସମସ୍ତେ ନାଁ ଦେଇଛନ୍ତି, ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନାଁ ଘୋଷଣା ହେବ । ଚେଲ୍ଲାକୁମାର ଆହୁରି କହିଛନ୍ତି ଏନେଇ ମୁଁ ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛି । ଏହାପରେ ନରସିଂହ ମିଶ୍ରଙ୍କ CLPରୁ ଇସ୍ତଫା ପ୍ରସଙ୍ଗରେ ଚେଲ୍ଲାକୁମାର କହିଥିଲେ ଏନେଇ ତାଙ୍କ ସହ ଆଲୋଚନା କରିଛି, ମିଡିଆ ଆଗରେ ସେସବୁ କହିବା ଉଚିତ ହେବନାହିଁ । ତେବେ ପିସିସି ସଭାପତି ନିଯୁକ୍ତି ପ୍ରସଙ୍ଗରେ ଚେଲ୍ଲାକୁମାର କହିଛନ୍ତି, ଖୁବଶୀଘ୍ର ଏହାର ସମାଧାନ କରାଯିବ । କେତେଜଣ ପିସିସି ଦୌଡରେ ଅଛନ୍ତି, ସେ ନେଇ ଚେଲ୍ଲାକୁମାର କହିଛନ୍ତି, ଅନେକ ଆଶାୟୀ ଆଛନ୍ତି, ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ । 2024 ନିର୍ବାଚନ ନେଇ ଚେଲ୍ଲା କହିଛନ୍ତି, ଆମ ଫୋକସରେ 2024 ନିର୍ବାଚନ । ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ସାକ୍ଷାତକାର ସଞ୍ଜୀବ କୁମାର ରାୟ