thumbnail

By

Published : Oct 4, 2022, 7:23 AM IST

ETV Bharat / Videos

ତନ୍ତ୍ରପୀଠରେ ଚାଲିଛି ଜଗଜ୍ଜନନୀଙ୍କ ଆରଧନା, ଦେଖନ୍ତୁ ଅପୂର୍ବ ଦୃଶ୍ୟ

ତନ୍ତ୍ରମାଟି ସୁବର୍ଣ୍ଣପୁରରେ ଚାଲିଛି ମା' ଦୁର୍ଗାଙ୍କ ଆରାଧନା । ସହରର ଗଳିକନ୍ଦିରେ ପୂଜା ପାଉଛନ୍ତି ମା' ଜଗଜ୍ଜନନୀଙ୍କ । ସୁଉଚ୍ଚ ଆକର୍ଷଣୀୟ ତୋରଣ ସାଙ୍ଗରୁ ଝିଲମିଲ ଆଲୋକମାଳାରେ ଝଲସୁଛି ପୁରା ସହର । ସହରର ବ୍ଳକ ଛକ, ବଡବଜାର, ପଟାଭାଡି, ଗୁଣ୍ଡିଚାଗୁଡି ପଡା, ଟିକିରିପଡା ତଥା ଗଡଭିତର ଓ ଥନାପତିପଡା ଆଦିରେ ଦୁର୍ଗାଙ୍କ ପୂଜା ସାଙ୍ଗକୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସୋମବାର ମଣ୍ଡପଗୁଡିକରେ ମହାନବମୀ ପୂଜା ଆରାଧନା କରାଯାଇଛି । ଚଣ୍ଡୀ ପାଠ, ହୋମଯଜ୍ଞାଦି ସହିତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ପ୍ରତିଟି ମଣ୍ଡପରେ ସନ୍ଧ୍ୟାରେ ଦେବୀଙ୍କ ଆଳତୀ ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମୁଛି । ବିଶେଷକରି ବ୍ଳକ ଛକ ମଣ୍ଡପରେ ଦେବୀଙ୍କ ପାଟ ବସ୍ତ୍ର ଓ ପ୍ରାୟ ୨୦ କେଜିର ରୂପା ଆଭୂଷଣ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ମୀନାବଜାର ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ସହରବାସୀ । ତେବେ ଆଜି ମଣ୍ଡପଗୁଡିକରେ ଦଶହରା ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.