ସିଲଭର ସିଟିରେ ସାଇକେଲ ଦିବସ ପାଳନ
🎬 Watch Now: Feature Video
କଟକ: ଆଜି ହେଉଛି ବିଶ୍ବ ସାଇକେଲ ଦିବସ । ଗମନାଗମନ ଓ ପରିବେଶ ସଂରକ୍ଷଣ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଉଦ୍ଦେଶ୍ୟ । ଏହି ଅବସରରେ ପଦ୍ମଶ୍ରୀ ଯୋଗ ସ୍ପୋର୍ଟ ଅର୍ଗାନାଇଜେସନ ଓ ରୋଟାରୀ କ୍ଲବ କଟକର ମିଳିତ ସହଯୋଗରେ ସବୁଜ ସଂଗ୍ରାମ ସଚେତନତା ବାର୍ତା ନେଇ କଟକ ଆନନ୍ଦ ଭବନଠାରୁ ଚୌଦ୍ବାର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆରମ୍ଭ ହୋଇଥିଲା । ଆଜିର ଆଧୁନିକ ପିଢ଼ିର ଯୁବ ସମାଜ ସମସ୍ତେ ସ୍ପିଡ଼ ବାଇକ ପରିବର୍ତ୍ତେ ସାଇକେଲ ଚଳାଇବାର ବାର୍ତ୍ତା ଦିଆଯାଇଥିଲା । ଆମ ଦେଶ ଓ ରାଜ୍ୟରେ ସାଇକେଲ ଚଳାଇବା ପାଇଁ ସ୍ବତନ୍ତ୍ର ଲେନର ଆବଶ୍ୟକତା ରହିଛି । ଯାହା ଫଳରେ ଜଣେ ସାଇକେଲ ଆରୋହୀ ନିରାପଦରେ ଯାଇପାରିବ ବୋଲି OPSC ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି କହିଛନ୍ତି ।
ଇଟିଭି ଭାରତ, କଟକ