thumbnail

By

Published : May 11, 2022, 7:17 AM IST

ETV Bharat / Videos

୨୦ ତାରିଖ ଭିତରେ ଘୋଷଣା ହେବ ନୂଆ ପିସିସିଙ୍କ ନାମ: ସୁର ରାଉତରାୟ

ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା । ଜୟପୁର ସେମିନାର ସରିବା ପରେ ମଇ ୨୦ ତାରିଖ ଭିତରେ ପିସିସି ପରିବର୍ତ୍ତନ ହେବ ବୋଲି ସୁର କହିଛନ୍ତି । ବୈଠକରେ ରାହୁଲ ସମସ୍ତଙ୍କ ସହ ପରାମର୍ଶ କରିଛନ୍ତି । ସମୂହ ଭିତରେ ଆଲୋଚନା ନ କରିବାକୁ ଆମେ ଅନୁରୋଧ କହିଥିଲୁ । ଏହାପରେ ସମସ୍ତଙ୍କ ସହ ଜଣ ଜଣ କରି ଆଲୋଚନା ହୋଇଥିଲା । ପିସିସି ପରିବର୍ତ୍ତନ ସହ ୪ଜଣ ୱାର୍କିଙ୍ଗ ପ୍ରେସିଡେଣ୍ଟ, ୮ଜଣ ଉପସଭାପତି ସହ ୨୦ଜଣ ସମ୍ପାଦକ ଦେବା ପାଇଁ ମୁଁ ପ୍ରସ୍ତାବ ଦେଇଛି । କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଆଉ ସବୁ ପାଣିର ଗାର ବୋଲି ସୁର କହିଛନ୍ତି । ସେ ଯାହା ନିଷ୍ପତ୍ତି ନେବେ ସେଇଆ ହେବ । ମୁଁ ବିଧାୟକ ଦଳ ନେତା କି ପିସିସି ହେବ ରେସରେ ନାହିଁ ବୋଲି ସୁର କହିଛନ୍ତି । ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସୋନିଆ ଗାନ୍ଧୀଙ୍କୁ ଭେଟିବା ନେଇ ହେଉଥିବା ଚର୍ଚ୍ଚା ଉପରେ ସୁରେଶ ରାଉତରାୟ କହିଛନ୍ତି ଯେ, ସେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସ୍ଲିପ ଦେଇଛନ୍ତି ବୋଲି ମୁଁ ଶୁଣିଛି । ଏଥିସହ ବ୍ରଜ ତ୍ରିପାଠୀ ମଧ୍ୟ୍ୟ ସୋନିଆ ଗାନ୍ଧୀଙ୍କୁ ଦେଖା କରିଛନ୍ତି । ଯେଉଁମାନେ କଂଗ୍ରେସ ଦଳରେ ମିଶିବାକୁ ଚାହିଁବେ ଆମେ ତାଙ୍କୁ ୱେଲକମ କରିବୁ । ୨୦୨୪ରେ କଂଗ୍ରେସ ସରକାରକୁ ଆସିବ ବୋଲି ସୁର କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବା ପ୍ରସଙ୍ଗରେ ସୁରେଶ ରାଉତରାୟ କହିଛନ୍ତି, କିଶୋର ଜଣେ ଦକ୍ଷ ଲୋକ ପୂର୍ବରୁ ସେ ବାଚସ୍ପତି ଓ ମନ୍ତ୍ରୀ ପଦ ତୁଲାଇ ସାରିଛନ୍ତି ।ବ୍ରଜରାଜନଗର ଅଞ୍ଚଳ ପାଇଁ ବହୁତ ଉନ୍ନତିମୂଳକ କାଯ୍ୟ କରିଛନ୍ତି । ମୁଁ ଭାବୁଛି ଉପନିର୍ବାଚନରେ ସେ ବିଜୟଲାଭ କରିବେ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.