କୂଅ ଭିତରୁ ନାଗ ସାପ ଉଦ୍ଧାର

By

Published : May 21, 2022, 9:45 PM IST

thumbnail

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ଅଧିକରିଗୁଡ଼ାରେ ଏକ ନାଗ ସାପ କୂଅ ଭିତରୁ ଉଦ୍ଧାର । ମିଣ୍ଟୁ ମଣ୍ଡଳଙ୍କ ବାରିପଟରେ ଥିବା ଏକ କୂଅ ଭିତରେ ଗତ ତିନି ଦିନ ହେବ ଉକ୍ତ ସାପଟି ପଡ଼ିଥିଲା । କିନ୍ତୁ ସାପଟି ବାହାରକୁ ଦେଖାଯାଉ ନଥିଲା । ଆଜି କୂଅରୁ ପାଣି ବାହର କରୁଥିବା ସମୟରେ ପରିବାର ଲୋକ ସାପଟିକୁ ଦେଖିଥିଲେ । କିନ୍ତୁ, ଭୟରେ ତାକୁ ବାହାର କରିପାରୁ ନଥିଲେ । ବନ ବିଭାଗର ଏକ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ କୌଣସି ସ୍ଥାନରେ ଛାଡି ଦିଆଯିବ ବୋଲି ସୂଚନା ମିଳିଛି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.