ଆଇନ କାର୍ଯ୍ୟର ସହାୟତା ପାଇଁ ଉର୍ଜା ବ୍ୟବହାର କରନ୍ତୁ, ଛାତ୍ରଙ୍କୁ CJIଙ୍କ ପରାମର୍ଶ - legal aid work

🎬 Watch Now: Feature Video

thumbnail

By

Published : Sep 18, 2022, 11:43 AM IST

କଟକ: ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର (National Law University) ୯ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଲିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଓକିଲାତି ପେଶାରେ ବର୍ତ୍ତମାନ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯେଉଁମାନେ ଆଗାମୀ ସମୟରେ ଭାରତର ସମାଜରେ ଏକ ବିରାଟ ବଡ଼ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ । ତେବେ ଏହି ଉତ୍ସବରେ ବିଭିନ୍ନ ବିଭାଗରେ 22ଟି ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିବା ବେଳେ 221 ଜଣଙ୍କୁ ଗ୍ରାଜୁଏଟ ଡିଗ୍ରୀ ଏବଂ 4 ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ଆଦି ପ୍ରଦାନ କରାଯାଇଛି । ଏହାସହ ନିଜର ଜ୍ଞାନକୈଶଳ ଆଇନ କାର୍ଯ୍ୟରେ ସହାୟତା କରିବାକୁ ମୁଖ୍ୟ ବିଚାରପତି ଆଇନ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.