thumbnail

By

Published : May 10, 2022, 5:27 PM IST

ETV Bharat / Videos

Ratha yatra 2022: ରଥଖଳା ହାଲଚାଲ, ଅଷ୍ଟମ ଦିନରେ 42ଟି ତୁମ୍ବରେ ଚାଲିଛି ବିନ୍ଧ କାର୍ଯ୍ୟ

ପୁରୀ: ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା । ଆଜି ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ 42ଗୋଟି ତୁମ୍ବରେ ବିନ୍ଧ କାର୍ଯ୍ୟ କରାଯାଉଛି । ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁଥିବା ବେଳେ ମହାରଣା, ଭୋଇ ଓ କରତୀ ସେବାୟତ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି | ସକାଳ 8 ଟା ରୁ ରାତି 8 ଟା ଯାଏଁ ନିର୍ମାଣ କାର୍ଯ୍ୟ ଚାଲିଛି ପ୍ରତିଦିନ । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ବହୁତ ଆଗେଇଛି । ବର୍ଷା ହେଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭୋଇ ସର୍ଦାର ରବି ଭୋଇ କହିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.