ଧର୍ମଗଡ଼ରେ ଶିବ ଭକ୍ତଙ୍କ ନାଗବମ, ସାପ ମୁଦ୍ରାରେ ଗଡ଼ିଗଡ଼ି ଯାଇ କଲେ ଜଳ ଲାଗି - କଳାହାଣ୍ଡିରେ ଭକ୍ତଙ୍କ ନାଗବମ
🎬 Watch Now: Feature Video
ଭବାନୀପାଟଣା: ଶ୍ରାବଣ ଶେଷ ସୋମବାରରେ ଶିବ ଭକ୍ତଙ୍କ ନାଗବମ । ସାପ ମୁଦ୍ରାରେ ଗଡ଼ିଗଡ଼ି ଯାଇ ଶିବ ମନ୍ଦିରରେ ଜଳଲାଗି କଲେ ବୋଲବମ୍ ଭକ୍ତ । କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରାରେ ଯାଇ ମହାଦେବଙ୍କୁ ଜଳ ଲାଗି କରିଛନ୍ତି ଭକ୍ତ । ତେବେ ବିଗତ କିଛି ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲବମ୍ ଭକ୍ତ ମାନେ ରାସ୍ତାରେ ସାପ ସାପ ମୁଦ୍ରାରେ ଗଡ଼ିଗଡ଼ି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି । ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଏହି ନାଗବମ୍ ଭକ୍ତଙ୍କ ପାଇଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା ।
ଇଟିଭି ଭାରତ, କଳାହାଣ୍ଡି