10 କ୍ବିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର
🎬 Watch Now: Feature Video
ଡେରାଡୁନ: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ଦେଶ। ତେବେ ଦୀପାବଳି ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି । ପ୍ରାୟ 10 କ୍ବିଣ୍ଟାଲ ରଙ୍ଗୀନ ଫୁଲରେ ଭଗବାନ ବଦ୍ରିନାଥଙ୍କ ମନ୍ଦିରକୁ ସଜାଯାଇଛି । ଆଉ ଏହି ସୁନ୍ଦର ଫୁଲରେ ସଜ୍ଜିତ ମନ୍ଦିରର ସୁନ୍ଦରତା ଦେଖିଲେ ଆଖି ଲାଖିଯାଉଛି । ଦୀପାବଳି ପର୍ବରେ ଭଗବାନ ବିଷ୍ଣୁଙ୍କ ବିଶେଷ ଉପାସନା କରାଯାଇଥାଏ । ତେବେ ବଦ୍ରିନାଥଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଉତ୍ସାହ। ଏପଟେ ଶୀତର ଆଗମନରେ ଧାମରେ ପ୍ରବଳ ଥଣ୍ଡା ମଧ୍ୟ ଆରମ୍ଭ ହୋଇଯାଇଛି ।